
ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ମୂଳ ଉଦ୍ଦେଶ୍ୟ ହେଲା ଦୁର୍ନୀତି କୁ ହଟେଇବା, କିନ୍ତୁ କେଉଁଠି ନା କେଉଁଠି ସରକାରଙ୍କ ଉଦ୍ଦେଶ୍ୟ ପଛରେ କାଳିମା ଥିବା କୁ ନେଇ ସନ୍ଦେହ ଘନିଭୂତ ହେଉଛି, ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ନିକଟରେ ଘଟିଥିବା ଆଇ.ଏ.ଏସ. ଅଧିକାରୀ ଙ୍କ କଳାକାରନାମା ଏହା ସରକାରଙ୍କ ପ୍ରତି ଗୋଟିଏ ଚ୍ୟାଲେଞ୍ଜ ସ୍ବରୂପ ପାଲଟିଛି। ନିକଟରେ ନିସର୍ତ୍ତ ଖବର ପ୍ରକାଶିତ ତହସିଲ ଠାରୁ ରାଜସ୍ବ ନିରୀକ୍ଷକଙ୍କ (ଆର୍.ଆଇ.) ପର୍ଯ୍ୟନ୍ତ କାର୍ଯ୍ୟାଳୟ ମାନଙ୍କରେ ଦଲାଲ ଙ୍କ ପ୍ରାଦୁର୍ଭାବ ସମ୍ପର୍କରେ ପ୍ରକାଶିତ ପାଇବାପରେ ତହସିଲଦାର ଙ୍କ ତାଗିଦ ପରେ କିଛି ମାତ୍ରାରେ କମିଥିବା ଅନୁମାନ କରାଯାଉଥିଲା। କିନ୍ତୁ ଏବେବି ଗଞ୍ଜାମ ଜିଲ୍ଲାରେ କୁକୁଡାଖଣ୍ଡି ତହସିଲ ର ଛୋଟ ରୁ ବଡ଼ ବାବୁ ମାନେ ଦୀର୍ଘ ବର୍ଷ ହେଲା ନିଜର ଚୌକିକୁ ଜାବୁଡି ଧରିଛନ୍ତି। ଏଠାକାର ପାଣି ପବନ କୁ ସେମାନେ ଛାଡ଼ି ଯିବାକୁ ନାରାଜ। ସୂଚନା ଥାଉକି କୁକୁଡାଖଣ୍ଡି ତହସିଲ ଅଞ୍ଚଳ ରେ ଥିବା ଅନେକ ଆର ଆଇ ଅଫିସ ରେ ଦଲାଲ ମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ଏପରିକି କୁକୁଡାଖଣ୍ଡି ତହସିଲ ଅଫିସ ରେ ବି ଏକା ଅବସ୍ଥା l ସରକାରୀ, ଗୋଚର, ଏବଂ ପତିତ ଗ୍ରାମ କଣ୍ଟକ ଜମି କେବଳ କାଗଜ କଲମ ରେ ହିଁ ଦେଖିବାକୁ ମିଳୁଛି l ଉକ୍ତ ଜମି ଜବର ଦଖଲ କରି କୋଠା ନିର୍ମାଣ ସରିଛି ଏଥିରେ କୁକୁଡାଖଣ୍ଡି ରହସିଲ ର କିଛି ଅସାଧୁ କର୍ମଚାରୀ ମୋଟା ଅଙ୍କର ଗୁସ ନେଇ ସାହାଯ୍ୟ କରୁଥିବା ନଜିର ବି ରହିଛି l ସୂଚନା ଥାଉକି କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ଏବଂ ଆର. ଆଇ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ l ସୂଚନା ଥାଉକି କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଚଣ୍ଡିପଦର ଆର. ଆଇ ସର୍କଲ ହୁଗୁଳାପଟା ଅଞ୍ଚଳ ର କିଛି ଗୋଚର ଜମି ଜବର ଦଖଲ କୁ ନେଇ ନ୍ୟାୟଳୟ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କ ବିରୋଧ ରେ ଜଣେ ଗୋଚର ଜମି ଦଖଲ କାରି ଅଦାଲତ ର ଆଶ୍ରୟ ନେଇଥିଲା ଉକ୍ତ କେସ ର ଶୁଣାଣି କରି ମାନ୍ୟବର ଅଦାଲତ ନିଜ ରାୟ ଶୁଣାଇ ଥିଲେ କିନ୍ତୁ ଏହି ବିଷୟରେ ଜିଲ୍ଲାପାଳ ଏବଂ ସ୍ଥାନୀୟ କୁକୁଡାଖଣ୍ଡି ତହସିଲଦାର ଅବଗତ ନଥିବା ଅତି ଦୁର୍ଭାଗ୍ୟ ର ବିଷୟ ସେ ଯାହାବି ହେଉ ଅବଗତ କରାଉବା ପରେ ମଧ୍ୟ ସରକାରୀ କଳ ଚୁପ ରହିବା ନିହାତି ଦୁର୍ଭାଗ୍ୟ l ଜବର ଦଖଲ ଉଛେଦ କରିବା ପରିବର୍ତ୍ତେ ଏମାନଙ୍କୁ ସାହାଯ୍ୟ ପ୍ରଶାସନ କରିବା ସ୍ପଷ୍ଟ ଜଣା ପଡିଛି l ଏଠାରେ କିରାଣୀ କି ଦୋଷ ଦେଇ କିଛି ବି ଲାଭ ନାହିଁ ଏହି ମାନଙ୍କୁ ପ୍ରଶ୍ରୟ ଦେଇଛନ୍ତି ବାବୁ ମାନେ ତେଣୁ ରାଜ୍ୟ ସରକାର କୁକୁଡାଖଣ୍ଡି ତହସିଲ କୁ ସ୍ୱତନ୍ତ୍ର ଅଡିଟ ଏବଂ ଭିଜିଲାନ୍ସ ଦ୍ଵାରା ତଦନ୍ତ କଲେ ବାବୁ ମାନଙ୍କ ଅସଲ ମୁଖା ପଦାକୁ ଆସିଯିବ ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଦାବୀ ହେଉଛି l ଏକ ବିଶେଷ ସୂତ୍ରରୁ ଖବର ବି ଆସୁଛି ଏକ ନିର୍ଦ୍ଧିଷ୍ଟ କମ୍ପାନୀ କୁ କୁକୁଡାଖଣ୍ଡି ତହସିଲଦାର ଙ୍କ ଏହୁତିକ ଅନୁକମ୍ପା ରହିଥିବା ଖବର ଏବେ ବାଟରୁ ଯାଇ ହାଟରେ ଗଡ଼ିଲାଣି ଏହାର ଗୁମର ମଧ୍ୟ ଅତି ଶୀଘ୍ର ଖୋଲିଯିବ କେବଳ ସମୟ ଜୁ ଅପେକ୍ଷା…. I