ସମୁଦ୍ର ଭିତରେ କଣ୍ଟେନର୍ ଭର୍ତ୍ତି ଜାହାଜରେ ବିସ୍ଫୋରଣ : ୪ କ୍ରିଉ ସଦସ୍ୟ ନିଖୋଜ,୧୮ ଜଣ ଉଦ୍ଧାର

youtube

କୋଚି : କେରଳ ଉପକୂଳ ନିକଟରେ ସିଙ୍ଗାପୁର ପତାକା ଲାଗିଥିବା ଏକ ଜାହାଜରେ ବିସ୍ଫୋରଣ ହୋଇଥିବା ଖବର ଆସିଛି। କେରଳ ଉପକୂଳରେ ସମୁଦ୍ର ଭିତରେ ସିଙ୍ଗାପୁରର ଏହି ଜାହାଜଟି କଲମ୍ବୋରୁ ମୁମ୍ବାଇ ଯାଉଥିବା ଜାହାଜରେ ପ୍ରଚଣ୍ତ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜାହାଜର ୪ କ୍ରିଉ ସଦସ୍ୟ ନିଖୋଜ ଥିବା ବେଳେ ୧୮ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ।

ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସୋମବାର ସକାଳେ, କେରଳ ଉପକୂଳ ନିକଟରେ ସିଙ୍ଗାପୁରର ଜାହାଜ MV Wan Hai 503 ରେ ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା। ମୁମ୍ବାଇର ସାମୁଦ୍ରିକ ଅପରେସନ୍ସ ସେଣ୍ଟର ସକାଳ ପ୍ରାୟ ୧୦.୩୦ରେ ଅଣ୍ଡରଡେକ୍ ବିସ୍ଫୋରଣ ବିଷୟରେ କୋଚିରେ ଥିବା ଏହାର ପ୍ରତିପକ୍ଷଙ୍କୁ ସୂଚନା ଦେଇଥିଲା। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, କେରଳ ଉପକୂଳରୁ ଜଳୁଥିବା କଣ୍ଟେନର ଜାହାଜରେ ଥିବା ୧୮ ଜଣ କ୍ରୁ ସଦସ୍ୟଙ୍କୁ ନୌସେନା ଏବଂ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିବା ବେଳେ ଆଉ ୪ କ୍ରିଉ ସଦସ୍ୟ ନିଖୋଜ ରହିଛନ୍ତି।

ଜାହାଜଟି ଜୁନ୍ ୭ ତାରିଖରେ କଲମ୍ବୋ ଛାଡିଥିଲା। ଏହା ମୁମ୍ବାଇ ଯାଉଥିଲା। ଏହା ଜୁନ୍ ୧୦ତାରିଖରେ ମୁମ୍ବାଇ ପହଞ୍ଚିବ ବୋଲି ଆଶା କରାଯାଉଥିଲା। ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି, ‘ଜାହାଜଟି ଏବେ ବି ଜଳୁଛି ଏବଂ ପାଣିରେ ଭାସୁଛି।’ ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ସଚେତ, ଅର୍ଣ୍ଣବେଶ, ସମୁଦ୍ର ପ୍ରହରୀ, ଅଭିନବ, ରାଜଦୂତ ଏବଂ C-144 ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି।

Leave A Reply

Your email address will not be published.