ଆସିଲା ରାଜା ରଘୁବଂଶୀଙ୍କ ବ୍ୟବଚ୍ଛେଦ ରିପୋର୍ଟ

add-all

ମେଘାଳୟରେ ରାଜା ରଘୁବଂଶୀ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ରାଜାଙ୍କୁ ତାଙ୍କ ସ୍ତ୍ରୀ ସୋନମ ସୁପାରି କିଲରଙ୍କ ଜରିଆରେ ହତ୍ୟା କରିଥିଲେ। ସୋମବାର ରାଜାଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ରାଜାଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟ ଅନୁସାରେ, ରାଜାଙ୍କ ମୁଣ୍ଡରେ ଦୁଇଟି ଗଭୀର କ୍ଷତ ଚିହ୍ନ ରହିଛି। ଅତ୍ୟନ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ମେଘାଳୟ ଏସଆଇଟି(ସ୍ଵତନ୍ତ୍ର ତଦନ୍ତକାରୀ ଟିମ) ମୁଖ୍ୟ ହର୍ବର୍ଟ ପିନିଏଡ ଖାର୍କୋନଗର କହିଛନ୍ତି।

ଏହି ମାମଲାରେ ପୁଲିସ ସୋନମ ଏବଂ ଅନ୍ୟ ୩ ହତ୍ୟାକାରୀଙ୍କୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ଗିରଫ କରିଛି। ସୋନମ ସେମାନଙ୍କୁ ତାଙ୍କ ସ୍ଵାମୀ ରାଜାଙ୍କୁ ହତ୍ୟା କରିବା ଲାଗି ସୁପାରି ଦେଇଥିଲେ ବୋଲି ଅଭିଯୁକ୍ତମାନେ ସ୍ଵୀକାର କରିଛନ୍ତି। ଅଭିଯୁକ୍ତମାନେ ହେଲେ ବିଶାଲ ଚୌହାନ, ରାଜ କୁଶଓ୍ବାହା ଏବଂ ଅକ୍ଷତ ରାଜପୁତ। ଏମାନଙ୍କ ମଧ୍ୟରୁ ରାଜ ହେଉଛନ୍ତି ସୋନମଙ୍କ ପ୍ରେମିକ।

ad-week
Leave A Reply

Your email address will not be published.