ବ୍ଲକ୍ ଉପାଧ୍ୟକ୍ଷଙ୍କ ନାମରେ ଆବାସ ଯୋଜନା ଘର ନିର୍ମାଣ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଲେ ହିତାଧିକାରୀ

youtube

ଅଭିଯୋଗ କୁ ଖଣ୍ଡନ କଲେ ବ୍ଲକ ଉପାଧ୍ୟକ୍ଷ

ମାଲକାନଗିରି :ରାଜ୍ୟ ସରକାର ଙ୍କ ଯୋଜନା ଗୁଡିକ ମଧ୍ୟରେ ଆବାସ ଯୋଜନା ଅନ୍ୟତମ ରହିଥିବା ବେଳେ ଏହାକୁ ପାଇବା ପାଇଁ ଗରିବ ହିତାଧିକାରୀଙ୍କ ସ୍ୱପ୍ନ ହୋଇଥାଏ । ମାଲକାନଗିରି ରେ ଆବାସ ଗୃହ ନିର୍ମାଣ କୁ ନେଇ ଆସିଛି ବଡ଼ ଅଭିଯୋଗ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ହିତାଧିକାରୀଙ୍କ ଟଙ୍କାକୁ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ଆତ୍ମସାତ ନେଇ ଅଭିଯୋଗ ଆସିଛି କଲାଗୁଡା ଗ୍ରାମରୁ । ଖବର ଅନୁଯାୟୀ ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଗୌଡ଼ଗୁଡ଼ା ଗ୍ରାମ ପଂଚାୟତର କଳା ଗୁଡ଼ାରେ କିଛି ହିତାଧିକାରୀଙ୍କ ଆବାସ ଗୃହ ନିର୍ମାଣ ନିମନ୍ତେ ଆସିଥିବା କାର୍ଯ୍ୟାଦେଶ କୁ ସେ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୪୦ହଜାର ଟଙ୍କା ଅଗ୍ରୀମ ଆକାରେ ନେଇ ଗୃହ ନିର୍ମାଣ କରିବା ପାଇଁ କହିଥିଲେ । ଗ୍ରାମରେ ଆଦିବାସୀ ତଥା ଗରିବ ସମ୍ପ୍ରଦାୟର ହୋଇଥିବାରୁ ନିଜେଆବାସ ଗୃହ ନିର୍ମାଣ କରିବାକୁ ଅସମର୍ଥ ଥିବାରୁ ହିତାଧିକାରୀ ମାନେ ରାଜି ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ଗୃହ ନିର୍ମାଣ ନ କରିବା ସହ ସେମାନଙ୍କ ଆକାଉଣ୍ଟ କୁ ଆସିଥିବା ନରେଗା ଅର୍ଥ କୁ ମଧ୍ୟ ହଡ଼ପ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରାୟ ୫ ଜଣ ପ୍ରଧାନ ମନ୍ତ୍ରୀ ଆବାସ ହିତାଧିକାରୀ । ଦୀର୍ଘ ଦିନ ଧରି ବିତିଯାଇଥିଲେ ମଧ୍ୟ ଟଙ୍କା ଫେରେଇଁଥିବାରୁ ଗ୍ରାମବାସୀ ହିତାଧିକାରୀ ମାନେ ସେମାନଙ୍କର ଟଙ୍କା ଫେରେଇବା ପାଇଁ ଗୁହାରି କଲେ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବାର ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ ।ଘଟଣାଟି ରେ କେତେ ସତ୍ୟସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ । ତେବେ ଏହି ଗ୍ରାମର ଶ୍ରୀମତି କୁସୁମା ନାୟକ,ଚନ୍ଦ୍ରାବତି ନାୟକ, ଅଦି ନାୟକ,ଲକ୍ଷ୍ମଣ ଖିଲ ଓ କଳା ବତି ଖିଲଙ୍କ ସୂଚନା ଅନୁଯାୟୀ ୨୦୨୩ ମସିହାରେ ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଗରିବ ହିତାଧିକାରୀଙ୍କୁ ଗୋଟିଏ ୱର୍କ କାର୍ଡ ପ୍ରଦାନ କରାଯାଇ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଥିଲା ତେବେ ସେହି ସମୟରେ ନିରଞ୍ଜନ ହାଲଦାର୍ ଏହି କଳା ଗୁଡ଼ା ଗ୍ରାମର ଆବାସ ଯୋଜନା ପାଇଥିବା ପାଖା ପାଖି ୧୫ ରୁ ୨୦ ଜଣ ହିତାଧିକାରୀଙ୍କୁ ଠୁଁ ୱାର୍କ କାର୍ଡ ନେଇ ୩ ରୁ ୪ ମାସ ଭିତରେ ଘର ନିର୍ମାଣ କାର୍ଯ୍ୟ ସମାପ୍ତି କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ , ଏ କଥା ଶୁଣି ହିତାଧିକାରୀ ମାନେ ସେମାନଙ୍କ ବ୍ୟାଙ୍କ୍ ଖାତରୁ ଟଙ୍କା ଉଠାଇ ଦେଇଥିଲେ ।କିନ୍ତୁ ଘର ବନାଇ ନପାରି କିଛି ହିତାଧିକାରୀଙ୍କୁ ୭ ରୁ ୮ ମାସ ପରେ ଟଙ୍କା ଫେରାଇ ଥିବାବେଳେ, ତନ୍ମଧୀରୁ ଆଉ ୫ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କଲେ ନାହିଁ । ତେବେ ପ୍ରଶ୍ନ ଉଠୁଛି,କିଛି ହିତାଧିକାରୀ ଆବାସ ଘରରେ ଏପର୍ଯ୍ୟନ୍ତ ହାତ ମାରି ନଥିବାବେଳେ ସେମାନଙ୍କର ପାରିଶ୍ରମିକ ଟଙ୍କା କେଉ ଆଧାରରେ ଦିଆଯାଉଛି ଓ କାହାକୁ ଦିଆଯାଉଛି, ତେବେ ଦୀର୍ଘ ଅଢେଇ ବର୍ଷ ବିତିବାକୁ ଗଲାଣି କାହିଁକି ଆବାସ ଯୋଜନାରେ ବିଭାଗୀୟ ବ୍ଲକ୍ ନୋଡାଲ ଅଧିକାରି ଏ ବିଷୟରେ ତର୍ଜମା କରିଲେ ନାହିଁ ତାହା ବର୍ତ୍ତମାନ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି ।ତେବେ ଦେଖିବାକୁ ବାକି ରହିଲା ଏହି ଗରିବ ହିତାଧିକାରୀ ଦେଇଥିବା ଟଙ୍କା କେବେ ଫେରସ୍ତ ପାଇଁ ପାରୁଛି ଓ ସେମାନଙ୍କର ସପ୍ନର ଘରକୁ ସମ୍ପୂର୍ଣ ଭାବେ ସାକାର କରିପାରୁଛି କି ନାହିଁ ସେଥିପ୍ରତି ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.