ନବରଙ୍ଗପୁର ଜିଲ୍ଲା ରାଇଘର ସଦର କୋଦଭାଟା ସାହିରେ ଡକାୟତି : ପିସ୍ତଲ ଦେଖାଇ ଲୁଟିନେଲେ ସୁନା ଅଳଙ୍କାର ଭର୍ତ୍ତି ଥିବା ଦୁଇଟି ବ୍ୟାଗ…

add-all

ସୁନା ଦୋକାନୀ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଜଗଦଲପୁର ମେଡିକାଲ କୁ ସ୍ଥାନାନ୍ତର…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସାହିରେ ଥିବା ରାମ ଡାକୁୟା ( ସୁନା ଦୋକାନୀ )ସବୁ ଦିନ ଭଳି ନିଜ ସୁନା ଦୋକାନ ବନ୍ଦ କରି ନିଜ ସ୍ତ୍ରୀଙ୍କ ସହ ଘରକୁ ଫେରି ଫାଟକ ଚାବି ଖୋଲି ଭିତରେ ପ୍ରବେଶ କରିବାକ୍ଷଣି, ତାଙ୍କରି ସେହି ବାଉଣ୍ଡାରୀ ଭିତରେ ଲୁଚି ଥିବା ତିନି ଦୁର୍ବୃତ୍ତ ହଟାତ ରାମ ଡାକୁୟା ଓ ତାଙ୍କର ସ୍ତ୍ରୀ ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ସେମାଙ୍କର ହାତରେ ଥିବା ସୁନା ଅଳଙ୍କାର ଥିବା ବ୍ୟାଗ କୁ ଛଡାଇବାକୁ ଚେଷ୍ଟା କରୁଥିଲେ। ଛଡ଼ାଇବାକୁ ବିରୋଧ କରିବାରୁ ରାମ ଡାକୁୟା ଓ ତାଙ୍କର ସ୍ତ୍ରୀଙ୍କୁ ଦୁର୍ବୃତ୍ତମାନେ ମାରଣାତ୍ମକ ଆକ୍ରମଣ କରି ଥିଲେ ମୁଣ୍ଡ, ଛାତିରେ ବାରମ୍ବାର ଆକ୍ରମଣ କରି ଲହୁଲୁହାଣ କରି ପିସ୍ତୋଲ ବାହାର କରିବା ସମୟରେ ରାମ ଓ ତାଙ୍କର ସ୍ତ୍ରୀ ବଞ୍ଚାଓ ବଞ୍ଚାଓ କହି ଚିତ୍କାର କରିବାରୁ ଆଖ ପାଖର ଘର ଲୋକ ମାନେ କଣ ହେଲା କହି ବାହାରିବାରୁ ଦୁର୍ବୃତ୍ତମାନେ ପିସ୍ତୋଲ ରେ ବ୍ଲାଙ୍କ ଫାୟାରିଙ୍ଗ କରି ସୁନା ଅଳଙ୍କାର ୨ ଟି ବ୍ୟାଗ କୁ ନେଇ ଫେରାର ହୋଇ ଯାଇଥିଲେ।

ଯେଉଁଥିରେ ପ୍ରାୟ 45ଲକ୍ଷ ରୁ 50 ଲକ୍ଷ ଟଙ୍କା ର ସୁନା ଅଳଙ୍କାର ଏବଂ ନଗଦ 25 ହଜାର ଟଙ୍କା ଥିବା ପୋଲିସ କୁ ଲିଖିତ ଅଭିଯୋଗ କରିଛନ୍ତି ସୁନା ଦୋକାନୀ l ସୂଚନା ଥାଉକି ରାମ ଡାକୁୟାର ଘର ବାଉଣ୍ଡାରୀ ଭିତରେ ଓ ଘର ସାମ୍ନାରେ ଅଫୁଟା ଗୁଳି ତିନଟି ଏବଂ ଗୋଟିଏ ଫୁଟା ଗୁଳି ପଡିଥବା ଦେଖିବାକୁ ମିଳିଛି। ରାମ ଡାକୁୟାର ମୁଣ୍ଡରେ ଗଭୀର କ୍ଷତ ଚି଼ହ୍ନ ଓ ସ୍ତ୍ରୀଙ୍କୁ ନାକ, ମୁହଁରୁ ରକ୍ତ ବାହାରିବା ଅବସ୍ଥାରେ ରାଇଘର ପ୍ରାଥମିକ ଗୋଷ୍ଟୀ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ସେମାନେ ଗୁରୁତର ହେବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଛତିଶଗଡ ଜଗଦଲପୁର କୁ ସ୍ଥାନାନ୍ତରିତ କରାଯାଇଛି ଲ ଏହାକୁ ନେଇ ରାଇଘର ଥାନାରେ କେସ ହୋଇଛି ଏଠାରେ ସୂଚନା ଥାଉକି ଏଥି ପୂର୍ବରୁ ମଧ୍ୟ ସେହି ସୁନା ଦୋକାନ ରୁ ଦୁଇ ଥର ଚୋରି ହୋଇଥିବା ଜାଣିବାକୁ ମିଳିଛି ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ , ରାଇଘରରୁ ବାହାରକୁ ଯିବା ସବୁ ରାସ୍ତା ସୀଲ କରି ଅନୁସନ୍ଧାନ ଜାରି ରଖିଛି l ଘଟଣା ପରେ ଅଞ୍ଚଳ ରେ କକୁଆ ଭୟ ସୃଷ୍ଟି ହୋଇଛି କୌଣସି ବ୍ୟକ୍ତି ଭୟରେ ଗଣ ମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁ ନାହାନ୍ତି l କିଛି ବୁଦ୍ଧିଜୀବୀ ପୋଲିସ ର ଢିଲା ପେଟ୍ରୋଲିଙ୍ଗ କୁ ଦାୟୀ କରିଛନ୍ତି l

ad-week
Leave A Reply

Your email address will not be published.