ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର: ଅବ୍ୟବସ୍ଥାରେ ଜରୁରୀ ଚିକିତ୍ସା ସେବା…

ଧର୍ମକୁ ଆଖିଠାର ନୀତିରେ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ତା…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଜରୁରୀ ଚିକିତ୍ସା ସେବା ଅବ୍ୟବସ୍ଥା ମଧରେ ଚାଲିଛି । ଆଉଟ ସୋର୍ଶିଂ କମ୍ପାନୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କଥା ଶୁଣୁ ନଥିବାରୁ କୌଣସି ସମସ୍ୟାର ସମାଧାନ ହୋଇପାରୁନାହିଁ ।ଓଡ଼ଗାଁ ବ୍ଲକର ୨୦ ରୁ ଅଧିକ ପଞ୍ଚାୟତ ଓ ଗଞ୍ଜାମ ଜିଲ୍ଲାର ୭ରୁ ୮ ଟି ପଞ୍ଚାୟତର ଅଧିବାସୀ ମାନେ ଚିକିତ୍ସା ପାଇଁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ।
ଜରୁରୀ ଚିକିତ୍ସା ନିମନ୍ତେ ଆସୁଥିବା ଆହତଙ୍କ ନିମନ୍ତେ ବ୍ୟବହୃତ ଖଟଟି ଜରାଜୀର୍ଣ୍ଣ ହୋଇ ରହିଛି ।ଏହା ଉପରେ ପଡ଼ିଥିବା ଗଦିସେଜ ପ୍ରାୟ ନଷ୍ଟ ହୋଇ ଗଲାଣି ।ଏହା ଉପରେ ଦୀର୍ଘଦିନ ହେବ ବେଡସିଟ ପଡୁନଥିବା ଦେଖିବାକୁ ମିଳୁଛି ।ଏଠାରେ ଥିବା ଫ୍ୟାନ ସୁଇଚ ଦେଇ ହାତରେ ବୁଲାଇଲେ ଫ୍ୟାନ ଟି କଷ୍ଟମଷ୍ଟେ ବୁଲୁଛି ।ଏଠାରେ ଥିବା ଡ୍ରେସିଂ ବେଡ କଥା ନକହିବା ଭଲ ।ଏହାରି ଉପରେ ଗୁରୁତର ମାନଙ୍କୁ ଶୁଆଇ ଜରୁରୀ କାଳୀନ ରୋଗୀଙ୍କ ଆଶୁଚିକିତ୍ସା କରାଯାଉଛି । ଏଭଳି ସ୍ଥିତିବପିଁ କୌଣସି ବ୍ୟବସ୍ଥା କରାଯାଉନାହିଁ ।ସାଇନ୍ ଲଣ୍ଡ୍ରି ନାମକ ଏକ ସଂସ୍ଥା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ବେଡସିଟ ଯୋଗାଇବା ସହିତ ବ୍ୟବହୃତ ବେଡସିଟ କୁ ସଫାକରି ନିର୍ଦ୍ଧାରିତ ବାର ଅନୁସାରେ ବିଭିନ୍ନ ରଙ୍ଗର ବେଡସିଟ ପକାଇବା ପାଇଁ ଦାୟିତ୍ଵ ନେଇଛନ୍ତି ।ଏନେଇ ସଂପୃକ୍ତ ସଂସ୍ଥାକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସଂସ୍ଥା ଆଦୌ କର୍ଣ୍ଣପାତ କରୁନାହିଁ । ବାର ଅନୁସାରେ ରଙ୍ଗ ବଦଳାଇ ବେଡସିଟ ଦେବା ଦୂରର କଥା ଗୋଟିଏ ବେଡସିଟରେ ଏକାଧିକ ରୋଗୀ ଚିକିତ୍ସା ହେଉଛନ୍ତି ।କେବଳ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅନୁରୂପ ସମସ୍ୟା ରହିଛି ବୋଲି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିଲାଞ୍ଜନ ଦାସ କହିଛନ୍ତି ।

ad-week
Leave A Reply

Your email address will not be published.