ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଜବତ: ଜଣେ ଗିରଫ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ କୋମଣ୍ଡ ଅଞ୍ଚଳରୁ ଏକ ବେଆଇନ ମାଙ୍କଡ଼ା ବୋଝେଇ ମିନିଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଛି । ଗିରଫ ଜଣକ ରୋହିବାଙ୍କ ର ରବୀନ୍ଦ୍ର ସେଠୀ। ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଓଡ଼ି ୨୫ଡି ୬୪୬୩ ନମ୍ବର ବିଶିଷ୍ଟ ମିନିଟ୍ରକ ରେ ବେଆଇନ ଭାବେ ମାଙ୍କଡ଼ା ପଥର ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଉକ୍ତ ଟ୍ରକକୁ ଜବତ କରି ମାଙ୍କଡ଼ା ପଥର ସହିତ ଚାଳକକୁ ଗିରଫ କରାଯାଇଛି। ଏହାକୁ ନେଇ ଓଡ଼ଗାଁ ପୋଲିସ ୧୭୪/୨୫ ରେ ଏକ ମାମଲା ରୁଜୁ କରିଛନ୍ତି।

ad-week
Leave A Reply

Your email address will not be published.