ବିଭିନ୍ନ ଦାବୀ ନେଇ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲେ ଅଣଗେଜେଟେଡ଼ ବନ ବିଭାଗ କର୍ମଚାରୀ

add-all

ମାଲକାନଗିରି : କୋରୁକୋଣ୍ଡା-୧୫-୬ ଦୀର୍ଘ ଦିନରୁ ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବୀ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କର ଦାବୀ ଗୁଡିକ ପ୍ରତି ସକରାତ୍ମକ ନିଷ୍ପତ୍ତି ନେଇନଥିବା ପ୍ରତିବାଦରେ ଆଜି ରବିବାର ଦିନ ରାଜ୍ୟ ଅଣଗେଜେଟେଡ଼ ବନବିଭାଗ ସେବା ସଂଘର ନିଷ୍ପତି କ୍ରମେ ବାଲିମେଳା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଥିବା ବାଲିମେଳା ବନପାଳ ମୋହନ ଗୁଡ଼ିଆ,ବନରକ୍ଷୀ ପ୍ରଶାନ୍ତ କୁମାର ରାଉତ, ସୁପ୍ରଭା ଦାସ, ଜ୍ୟୋତ୍ସ୍ନାମୟୀ ପଣ୍ଡା, ସେହିପରି ବାଲିମେଳା ବନାଞ୍ଚଳ ଅଧୀନରେ ଥିବା ସୋମନାଥପୁର ବନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବନପାଳ କ୍ଷୀର ଲତା ନାୟଜ, ବନ ରାକ୍ଷୀ ସୁପ୍ରଭା ଜେନା ଏବଂ ସଂଯୁକ୍ତା ମଣ୍ଡଳଙ୍କ ସମେତ ସମସ୍ତ ଅଣ ଗେଜେଟେଡ଼ ବନ କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ ଭାବେ ପ୍ରତିବାଦ ଜଣାଇଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇବାକୁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି ୨୧ ତାରିଖ ସୁଧା ଦାବୀ ପୂରଣ
ନହେଲେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଆସନ୍ତା ୨୨ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଅଣ ଗେଜେଟେଡ଼ ବନ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ଅଣ ଗେଜେଟେଡ଼ ବନ କର୍ମଚାରୀଙ୍କ ସଙ୍ଘ ପକ୍ଷରୁ କରାଯାଇଥିବା ପ୍ରମୁଖ ଦାବୀ ଗୁଡିକ ହେଲା ବନ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ କଠୋର ଆଇନ ଲାଗୁ କରିବାକୁ ଦାବୀ କରାଯାଇଛି। ସେହିପରି ଅଣ ଗେଜେଟେଡ଼ ବନ କର୍ମଚାରୀ ଯଥା ଫରେଷ୍ଟଗାର୍ଡ, ଫରେଷ୍ଟର ଓ ଡେପୁଟି ରେଞ୍ଜେର ମାନଙ୍କ ପାଇଁ ବନ କମିଶନ ଗଠନ କରି ନିୟମିତ କାର୍ଯ୍ୟ ଦକ୍ଷତା ତର୍ଜମା କରିବା, ଭୌଗଳିକ ଅଞ୍ଚଳ ଓ ଜଙ୍ଗଲର ଘନତା ଅନୁଯାୟୀ ରେଞ୍ଜ ବିଟ ହାଉସ ଗଠନ ପାଇଁ ଦାବୀ ରହିଛି।
ବନ୍ୟ ପ୍ରାଣୀ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଚୟନ କରାଯାଇ ସ୍ପେଶାଲ ଷ୍ଟ୍ରାଇକିଙ୍ଗ ଫୋର୍ସ ଏବଂ ରାପିଡ଼ ରେସ୍ପଣ୍ଡ ଟିମ ଗଠନ କରାଯିବା ପାଇଁ ଦାବୀ କରାଯାଇଛି। ଗତ ମାସ ୨୪ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ବନରାକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।ତାଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ, ପିଲାମାନଙ୍କ ପାଠ ପଢା ଏବଂ ସେମାନଙ୍କୁ ଥଇଥାନ କରିବା ସହିତ ମାମଲାର ଫାଷ୍ଟ ଟ୍ରାକ୍ଟ କୋର୍ଟରେ ବିଚାର କରିବାକୁ ରାଜ୍ୟ ଅଣ ଗେଜେଟେଡ଼ ବନ କର୍ମଚାରୀ ସଙ୍ଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରାଯାଇଛି।

ad-week
Leave A Reply

Your email address will not be published.