ରାଷ୍ଟ୍ରୀୟ ବିକାଶ ସେନା ତରଫରୁ “ମାତା ପିତା”ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଖଇରପୁଟ : ମାଲକାନଗିରି ଜିଲ୍ଲା ମାଥିଲି କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ବିକାଶ ସେନା, ଓଡିଶା ତରଫରୁ ମାତା ପିତା”ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବିକାଶ ସେନା ର ଅଧ୍ୟକ୍ଷ କେ ବାଲାରାଜୂ ଅଚାରୀ ଙ୍କ ଆହ୍ୱାନ କ୍ରମେ ମୁଖ୍ୟ ଅତିଥି ଭାବେ ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ମାଥିଲି ସରପଞ୍ଚ କାନାମ୍ ରାଜୁ ନାୟକ,ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ତ୍ରିପାଠୀ,ବରିଷ୍ଠ ଆଦିବାସୀ ନେତା ହଳଧର ପୂଜାରୀ, ଭାଜପା ନେତା କୁନାଲ ମିଶ୍ର, ମାଥିଲି ବିଏସଏସଓ ସଞ୍ଜୟ କୁମାର ସାମଲ ଯୋଗ ଦେଇ ମାତା ପିତା ଙ୍କୁ ପୁଅ ଝିଅ ମାନେ ସନ୍ମାନ ଦେବା ଓ ସେବା ସୁଶ୍ରୁଷା କରିବା ଉପରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜ ସେବୀ ଏମ ଡି ଆକବର ମଞ୍ଚ ପରିଚାଳନା କରିଥିବା ବେଳେ ରାଷ୍ଟ୍ରୀୟ ବିକାଶ ସେନାର ଅଧକ୍ଷ ଏହି କାର୍ଯ୍ୟକ୍ରମ ଟି ଆଜି ପ୍ରଥମେ ମାଥିଲି ସହିଦ୍ ମାଟିରୁ ଆରମ୍ଭ ହେଲା ଏବଂ ରାଜ୍ୟର ସମସ୍ତ ଜିଲ୍ଲା ରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ସରକାର ବର୍ଷର ଗୋଟିଏ ଦିନକୁ ପିତାମାତା ଦିବସ ରୂପେ ଘୋଷଣା ନ କରିବା ପର୍ଯ୍ୟନ୍ତ ରାଜ୍ୟ ଓ ଦେଶର ସବୁ ଜାଗାରୁ ରାଷ୍ଟ୍ରୀୟ ବିକାଶ ସେନା ତରଫରୁ ଏଭଳି କାର୍ଯ୍ୟକ୍ରମ ଜରିଆରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କୁ ଅବଗତି କରିବାକୁ ପ୍ରୟାସ ଜାରି ରହିବ।

ad-week
Leave A Reply

Your email address will not be published.