ଓଡିଶା ଭିଜନ ୨୦୩୬ ଓ ୨୦୪୭ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଡିଆରଡିଏ କାର୍ଯ୍ୟଳୟରେ ଓଡିଶା ଭିଜନ ୨୦୩୬ ଓ ୨୦୪୭ ଜିଲ୍ଲା ସ୍ତରୀୟ ପରାମର୍ଶ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ଜିଲ୍ଲାର ସମସ୍ତ ବିଭାଗର ଅଧିକାରି, ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନର କର୍ମକର୍ତ୍ତା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିକାଶ ସହ ବିକଶିତ ଓଡିଶା ବିକଶିତ ଜିଲ୍ଲା ପାଇଁ ପରାମର୍ଶ କାର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଜିଲ୍ଲାର ୧୧ଟି କ୍ଷେତ୍ରକୁ ନେଇ ଆଲୋଚନା କରଯାଇଥିଲା। ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ବରିଷ୍ଠ ସାମ୍ବାଦିକ ଗୋପୀ କୃଷ୍ଣ ପଟ୍ଟନାୟକ, ସମାଜସେବୀ ଦୁର୍ଗା ତ୍ରିପାଠୀ, ତପନ ସାନା, ଗୋଲୁ ସୋମାନି, ଓ ଅନ୍ୟ ମାନେ ଉପସ୍ଥିତ ରହି ବିଶେଷ କରି ପରିବହନ, ଶିଳ୍ପ ବିକାଶ ଓ ଅର୍ଥନୈତକ ଅଭିବୃଦ୍ଧି, କୃଷି, ଜନଜାତି ବିକାଶ, ସ୍ୱାସ୍ଥ୍ୟ, ଯୁବ ବିକାଶ, ଶିକ୍ଷା, ନିଯୁକ୍ତି ଭଳି ଅନେକ ବିଷୟରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ଜିଲ୍ଲାର ଆବଶ୍ୟକତାକୁ ନେଇ ପରମର୍ଶ ଦେଇଥିବା ବେଳେ ଅଧିକାରୀ ମାନେ ସୁଗୁଡିକ ଉପରେ ବିଚାର ବିମର୍ଶ କରି ତ୍ଵରିତ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଥିଲେ।

Leave A Reply

Your email address will not be published.