
ଉମରକୋଟ:-(୧୯/୦୬/୨୦୨୫)ବାଇକ୍ ଦୁର୍ଘଟଣା ରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ। ମୃତ ଯୁବକ ଜଣକ ହେଲେ ଉମରକୋଟ ପୈାର ପରିଷଦ କେନାଲ ସାହିର ବିଶାଳ ହରିଜନ (୨୦) ମିଳିଥିବା ସୂଚନା ଅନୁସାରେ ବିଶାଳ ଓ ପିଣ୍ଟୁ ନାୟକ (୨୬) ଦୁହେଁ ମିଶି ଗତକାଲି ରାତିରେ ବାଇକ୍ ଯୋଗେ ଉମରକୋଟ ବ୍ଲକ ବୁର୍ଜା ଗ୍ରାମ କୁ ନିଜ ସମ୍ପର୍କୀୟ ଘରକୁ ଯାଉଥିଲେ। ଏହି ସମୟରେ ଦର୍ଗାଗୁଡା ନିକଟରେ ବିପରୀତ ଦିଗରୁ ଏକ ବେପରୁଆ ବାଇକ୍ ଦୃତ ଗତିରେ ଆସି ଏମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ବିଶାଳ କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।