
ନବରଙ୍ଗପୁର ତା ୧୯.୬.୨୦୨୫:ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ଙ୍କ ମିଳିତ ଉଦ୍ୟମରେ ଏକ ଦିନିକିଆ ବୈଠକ “ଶିଶୁ ପାଇଁ ଦିନଟିଏ “ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଶିଶୁ ସୁରକ୍ଷା, ଶିଶୁ ଙ୍କୁ ପୁନଃ ସ୍ଥାପନ ଏବଂ ଶିକ୍ଷା କୁ କିପରି ପିଲାମାନେ ଜାରି ରଖି ପାରିବେ ସେଥି ନିମନ୍ତେ ବିଭିନ୍ନ ଯୋଜନାରେ ଲିଙ୍କେଜ୍ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ )ବିଶ୍ୱଜିତ ବର୍ମନ, ଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଏବଂ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ବିଷୟରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଚାରିଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକରେ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି ସ୍ତରରେ ଦାଦନ ଶ୍ରମିକ ମାନଙ୍କର ତଥ୍ୟ ରଖିବା ପାଇଁ ନିସ୍ପତି ନିଆ ଯାଇଛି। ତତସହିତ ଜିଲ୍ଲାରେ ଥିବା ଅସୁରକ୍ଷିତ ଏବଂ ଅସହାୟ ପିଲାଙ୍କର ତଥ୍ୟ ସଂଗ୍ରହ କରାଯିବ ଯାହାର ଦାୟିତ୍ୱ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆ ଯାଇଛି I
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ଜିଲ୍ଲା ର ସମସ୍ତ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ଗୁଡିକରେ ବାଲ୍ୟ ବିବାହ ଆଇନ ଏବଂ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ତାଲିମ ଶିବିର ହୋଇଥିବାର ସୂଚନା ଦେଇଥିଲେ । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର ଅଙ୍ଗନବାଡ଼ି କେନ୍ଦ୍ରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ମିଳିତ ଆୟୋଗରେ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ I ଡି ସି ପି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଜିଲ୍ଲା ଶିକ୍ଷା ବିଭାଗ ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ , ଯେଉଁଥିରେ କିଶୋରୀ ଓ କିଶୋର ମାନଙ୍କୁ ବାଲ୍ୟ ବିବାହ ନିରୁତ୍ସାହ ଉପରେ ଆଲୋଚନା କରାଯାଉଛି । ଯାହା ସ୍କୁଲ ଏବଂ ସ୍କୁଲ ହଷ୍ଟେଲ ରେ ଆୟୋଜିତ ହେଉଛି I ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୧୦୫୮ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି।ଗୃହରେ ପି ପି ଟି ମାଧ୍ୟମ ରେ ପୋଷ୍ୟପୂତ୍ର ଗ୍ରହଣ,ଅନାଥ ଶିଶୁ ଉଦ୍ଧାର ଓ ଥଇଥାନ,ଆଶୀର୍ବାଦ ଯୋଜନା ଉପରେ ବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା।ଆଂଗନ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ପ୍ରଭାସିନୀ ପଟନାୟକ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ପି.ପି.ଟି ମାଧ୍ୟମରେ ଉପସ୍ଥାପନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ, ଜିଲ୍ଲା ସହ ଶିକ୍ଷା ଅଧିକାରୀ ତନ୍ମୟ କୁମାର ମେହେର , ଅତିରିକ୍ତ ଆରକ୍ଷୀ ଅଧିକାରୀ ବି.କେ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ଶୁଭଦର୍ଶନି, ଜିଲ୍ଲା ର ସମସ୍ତ ସିଡିପିଓ ତଥା ବାଲ୍ୟ ବିବାହ ଅଧିକାରୀ , ସଖି ସେଣ୍ଟର ର କର୍ମକର୍ତା ଉପସ୍ଥିତ ଥିଲେ। ଚାଇଲ୍ଡ ଲାଇନ ଜିଲ୍ଲା କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଏହି ବୈଠକ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଏବଂ ସଂଯୁକ୍ତ ବିଭାଗଗୁଡ଼ିକ ଶିଶୁମାନେ ପାଇଁ ଏକ ନିରାପଦ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ତିଆରି କରିବା ସମସ୍ତଙ୍କ ଉଦ୍ୟମ ହେଉ ଏହା ହିଁ ମୁଖ୍ୟ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା।