ପଞ୍ଚାୟତ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ

youtube


ବାଲିଗୁଡା, ତା, ୧୯/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କୁଟିକିଆ ଗ୍ରାମ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ବୈଠକ (ଗ୍ରାମ ସଭା) ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପିଇଓ ସୁଜିତ କୁମାର ସାହୁ , ଏଡିଓ ଅଶ୍ବିନୀ ପାତ୍ର , ସରପଞ୍ଚ ପୂର୍ଣ୍ଣିମା ମଳିକ, ନାଏବ ସରପଞ୍ଚ ମହେନ୍ଦ୍ର ମଳିକ, ସମିତି ସଭ୍ୟ ଦୟାନିଧି ମଳିକ ଗ୍ରା.ପ ର ମେମ୍ବର ମାନେ, ଗାଁ ସାଥି,ଏସଏଚଜି ମାଁମାନେ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଏ ସଭାଟିର ସଭାପତି ରୁପେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରୁଥିବା ହିତାଧିକାରୀ ମାନେ କର୍ମୀ ଦେବରାଜ ପାତ୍ର ଙ୍କୁ ସଭାପତି ରୂପେ ବାଛିଥିଲେ । ବ୍ଲକ ରୁ ଦାୟିତ୍ଵ ରେ ଥିବା ସୋସିଆଲ ଅଡିଟର ଭିଆରପି (VRP) ଦିଦି ରମା ଦିଗାଳ ଓ ସଂଗୀତା ମଳିକ ଗ୍ରା.ପ ର ମନରେଗା ଓ ନଫାସା ଯୋଜନାରେ ହୋଇଥିବା କାମ ର ତଥ୍ୟ ଉପସ୍ଥାପନା କରି ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.