ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ପକ୍ଷରୁ ଦାବିପତ୍ର ପ୍ରଦାନ…

add-all


ମାଲକାନଗିରି, ୧୯।୬ ମାଲକାନଗିରି ଜିଲ୍ଲାରେ ଥିବା ଶିରା, ୱାଡେ, ପୂଜାରୀ ମାନଙ୍କର ବିଭିନ୍ନ ଦାବି ନେଇ ଆଜି ୧୪ଟି ବିଭିନ୍ନ ଜାତି ବା ଜନଜାତିର ଶିରା ପୂଜାରୀ ୱାଡେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କାହିଁ କେଉଁ କାଳରୁ ୱାଡେ ଓ ଶିରା, ପୂଜାରୀ ମାନେ ପୂଜା କାର୍ଯ୍ୟ ସହ ବିଭିନ୍ନ ବିବାହ, ଅନ୍ତିମ ସଂସ୍କାର, ଭଳି କାର୍ଯ୍ୟ କରିବା ସହ ଅନବରତ ଭାବେ ନିଜର କର୍ତ୍ତବ୍ୟ ପିଏଏଲଏଏନ କେଏଆରଆଇ ଆସୁଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ସେମାନଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ସହାନୁଭୂତି ମିଳୁନାହିଁI ତେଣୁ ଶିରା, ପୂଜାରୀ ମାନଙ୍କୁ ବିଭିନ୍ନ ସହାୟତା ଓ ମାନ୍ୟତା ଦେବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ମୋଟ ୭ଟି ଦାବି ରହିଥିବା ବେଳେ ମୁଖ୍ୟ ଦାବି ଗୁଡିକ ମଧ୍ୟରେ, ସମସ୍ତ ୱାଦେ ଶିରା ଓ ପୂଜାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ, ବିଭିନ୍ନ ସ୍ଥାନକୁ ପୂଜାର୍ଚ୍ଚନା କରିବା ପାଇଁ ଯିବା ବେଳେ ରହିବା ଓ ଖାଇବା ପାଇଁ ବିଶ୍ରାମଗାର, ଜିଲ୍ଲାର ସମସ୍ତ ଆଦିବାସୀ ଦେବାଳୟରେ ୱାଡେ, ଶିରା ଓ ପୂଜାରୀ ରହିବା ପାଇଁ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଭଳି ଅନେକ ଦାବି ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ଶିରା, ୱାଡେ, ପୂଜାରୀ କମିଟିର ସଭାପତି ଶୁକ୍ରୀ ମାଡକାମି, ଉପସଭାପତି ଇର୍ମା ମାଢି, ନାରାୟଣ ମାଡକାମି, ସରୋଜ କୁମାର ପଡିଆମୀ, ନରେଶ ଖରା, ଲଳିତ ମାଡକାମୀଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.