ପିତଳ ସରପଞ୍ଚ ଓ ବିଜେପି ମଣ୍ଡଳ ସଭାପତି ଉପରେ ମରଣାତ୍ମକ ଆକ୍ରମଣ…

youtube


ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ।


ହିଞ୍ଜିଳିକାଟୁ, ୧୯।୬( ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ ରାଘବ ପାତ୍ର ଓ ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କ ଉପରେ ଗୁରୁବାର ସଂଧ୍ୟାରେ ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂଘବଦ୍ଧ ଭାବେ ଲୁହା ରଡ଼, କାତି ଓ‌ ଠେଙ୍ଗାରେ‌ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଉଭୟଙ୍କୁ ଅଚେତ ଅବସ୍ଥାରେ ପରିବାର ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ଅନ୍ୟ ପକ୍ଷରେ ଆକ୍ରମଣକାରୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ପିତଳ ପଞ୍ଚାୟତର ବହୁ ମହିଳା ଓ ପୁରୁଷ ହିଞ୍ଜିଳି ଥାନାରେ ପହଞ୍ଚି ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି।

ପ୍ରକାଶ ଯେ, ଗୁରୁବାର ସଂଧ୍ୟାରେ ପିତଳ ଗାଁ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ସରପଞ୍ଚ ଓ ବିଜେପି ସଭାପତି ଦୁହେଁ କଥା ହେଉଥିଲେ। ୪ଟି ବାଇକ୍ ଯୋଗେ ୮/୧୦ ଜଣ ଯୁବକ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ମାରଣାସ୍ତ୍ର ର ଅତର୍କିତ ଆକ୍ରମଣ କରିଥିଲେ। ଦୁହେଁ ଅଚେତ ଅବସ୍ତାରେ ପଡିବାରୁ ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।‌ ସ୍ଥାନୀୟ ଲୋକମାନେ ୨ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଉକ୍ତ ପଞ୍ଚାୟତରେ ସରପଞ୍ଚ ଓ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଓ ଅଶାନ୍ତି ଲାଗି ରହିଛି। ବିହୁ ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ଓ ସଂଘର୍ଷ ଘଟି ଥାନାରେ ମାମଲା ରୁଜୁ ହୋଇଛି। ଖବରପାଇ ଭାଜପା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ମାଧବ ଗୈାଡ, ରବି ପାଣିଗ୍ରାହୀ, ସୁଧାଂଶୁ ଶେଖର ସାବତ, ସନ୍ତୋଷ ପାଣିଗ୍ରାହୀ, ଆଲୋକ ନାୟକ ପ୍ରମୁଖ ହିଞ୍ଜିଳିକାଟୁ ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.