ମନ୍ଥର ଗତିରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼ା ଗ୍ରାମ ପଞ୍ଚାୟତବସୀ ଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଜାତୀୟ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ସ୍ବାସ୍ଥ୍ୟସେବା କେନ୍ଦ୍ର ନିର୍ମାଣ କରାଯାଉଛି ।୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ ନିମ୍ନ ମାନର ହେବା ସହିତ କାମ ଶେଷ କରିବାରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ବେଳେ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ଉପସ୍ଥିତ ରହୁନଥିବାରୁ ଦୁଇ ମହଲା କୋଠାଘର ଛାତ କାମ ସହିତ ପ୍ଲାଷ୍ଟର କାମ ସାରି ଠିକାଦାର ୧ବର୍ଷ ହେବ ତାଲା ମାରି ଚମ୍ପଟ ମାରିଛି । ବର୍ତ୍ତମାନ ଏହି ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଯୋଗାଣ ସହିତ ସନିଟେଶନ କାମ ବାକି ରହିଛି । ଏ ସମ୍ପର୍କରେ ବ୍ଲକ ହେଡକ୍ୱାଟର ରେ କୌଣସି ଉତ୍ତରଦାୟୀ ଅଧିକାରୀ ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ପାଣ୍ଡେରିପଡ଼ା ଅଞ୍ଚଳର କେତେକ ସଚେତନ ଗ୍ରାମବାସୀ ଜନ ଶୁଣାଣି ପୋର୍ଟାଲ ରେ ଅଭିଯୋଗ କରିଥିବା ନିଜ ନାମ ଗୋପନ ରଖି ଜଣାଇଛନ୍ତି।ସରକାରଙ୍କ ଅନୁଦାନକୁ ସଦୁପଯୋଗ କରିବା ନେଇ ଅଞ୍ଚଳବାସୀ ଦାବି କରିଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ad-week
Leave A Reply

Your email address will not be published.