ନିସର୍ତ ନ୍ୟୁଜର ମହାପ୍ରଭାବ : ରାସ୍ତାପ୍ରତି ସରକାରଙ୍କ ଦୃଷ୍ଟିପଡ଼ିବ କେବେ ?

youtube

ଉମରକୋଟ/ କୋପେନା : ବିଗତ ୦୭/୦୬/୨୦୨୫ ରିଖରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଇନ୍ଦିରା କଲୋନୀ ଗ୍ରାମରୁ ଛତିଶଗଡ କୁ ସଂଯୋଗ କରୁଥିବା ଏକ କିଲୋମିଟର ରାସ୍ତା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ କେବେ ? ଖବରଟି ଆମ ନିସର୍ତରେ ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ସରପଞ୍ଚ ତତ୍ପରତାର ସହିତ ମୋରମ ପକାଇ ମରଣଯନ୍ତା ପାଲଟିଥିବା ରାସ୍ତା ମରାମତି କାମ ଆରମ୍ବ କରି ଦେଇଛନ୍ତି।

ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ଯାତାୟାତ ପାଇଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡିଥିଲା। ଦୀର୍ଘ ଦିନ ଏହି ରାସ୍ତା ଉଜୁଡି ଯାଇଥିବା ବେଳେ ଅନେକ ଦାବି ଓ ଅଭିଯୋଗ ପରେ ବି ରାସ୍ତାର ଅବସ୍ଥା ସୁଧୁରୁ ନ ଥିଲା ଏବଂ ଉପାନ୍ତ ଅଞ୍ଚଳ ବୋଲି ରାସ୍ତାର ଏହି ଦୁରାବସ୍ଥା ପ୍ରତି ଆଖି ବୁଝି ଦେଇଥିଲେ ବ୍ଲକ ପ୍ରଶାସନ ସହ ପଞ୍ଚାୟତର ଲୋକ ପ୍ରତିନିଧି। ବର୍ତ୍ତମାନ ରାସ୍ତାଟିର କାମ ପ୍ରଗତିରେ ଯେପରି କରା ଯାଉଛି ତାହାକୁ ଦେଖି ଯାତାୟାତ କରୁଥିବା ବାଟୋଇ ସହ ଉଭୟ ଓଡ଼ିଶା ଓ ଛତିଶଗଡର ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀ ନିସର୍ତ ନ୍ୟୁଜ ଚ୍ୟାନେଲକୁ ଭୁରି ଭୁରି ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.