ଜନ୍ମଦିନ ଅବସରରେ ମା ବାଳକୁମାରୀଙ୍କ ପୀଠରେ ବୃକ୍ଷ ରୋପଣ

add-all

ଚିକିଟୀ : ଶୁକ୍ରବାର ପୂର୍ବାହ୍ନରେ ସମାଜ ସେବୀ ତଥା ବରିଷ୍ଠ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ଙ୍କ ୫୮ ତମ ଜନ୍ମ ଦିବସ ଅବସରରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମା ବାଳକୁମାରୀ ଙ୍କ ଶକ୍ତି ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ତଥା ପରିବେଶର ସୁରକ୍ଷା ଏବଂ ମୃତ୍ତିକା ସଂରକ୍ଷଣ ନିମନ୍ତେ ବୃକ୍ଷ ରୋପଣ ଜରୁରୀ ଭାବି ଶତାଧିକ ଶୁଭେଛୁ ଙ୍କ ସହଯୋଗ ସାଙ୍ଗକୁ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟା ନନ୍ଦ ଶୀରୂପ ଦେଓ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ବିଭିନ୍ନ ପ୍ରଜାତି ର ଗଛ ଲଗେଇ ସବୁଜ ବିପ୍ଳବ ର ବାର୍ତ୍ତା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ଶ୍ରୀରୂପ ଦେଓ ନିଜେ ବୃକ୍ଷ ରୋପଣ କରି ବୃକ୍ଷର ଉପକାରୀତା ଓ ଆଗାମୀ ଦିନରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କେତେ ଯେ ଜରୁରୀ ଏବଂ ତାହା ଆମ ଦ୍ବାରା କିପରି ଭାବରେ କାର୍ଯ୍ୟକାରୀ ହେବ ତାହା ଉପରେ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ,ସରପଞ୍ଚ ଜି. ଜ୍ୟୋତି ରେଡ୍ଡୀ, ଏ ରାଙ୍ଗା ରାଓ,ଚିକିଟୀ ବ୍ଳକ ବିଜେଡି ସଭାପତି ହାରମ୍ଭ ରେଡ୍ଡୀ,ପାତ୍ରପୁର ବ୍ଲକ ସଭାପତି ରାମନାଥ ପାଣିଗ୍ରାହୀ,ପ୍ରଶାନ୍ତ କୁମାର ସାହୁ, ରଘୁନନ୍ଦନ ସାହୁ, ଉପାଧ୍ୟକ୍ଷ ହରପ୍ରସାଦ ଚୌଧୁରୀ, ଚାନ୍ଦପୁର ପୂର୍ବତନ ସରପଞ୍ଚ ମନୋଜ କୁମାର ସାହୁ , ଲାଲ ମେଣ୍ଟା ବାରିକ ପ୍ରଧାନ, ଏସ ସାରଥୀ ସୁବୁଦ୍ଧି,କିଶୋର ପଣ୍ଡା, କାଳୀ ପ୍ରସାଦ ପଣ୍ଡା,ସୁଶାନ୍ତ ପଣ୍ଡା,ବିପଦ ପଣ୍ଡା,ନରୀ ବେହେରା ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସାଙ୍ଗକୁ ଶତାଧିକ କର୍ମୀ ଓ ଶୁଭେଛୁ ଉପସ୍ଥିତ ରହି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.