ମା ବଗଳାମୁଖୀଙ୍କ ପୀଠରେ ଗୁରୁକୁଳ ବେଦ ବିଦ୍ୟାଳୟ ସ୍ଥାପନ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଲୋକନାଥପୁର ଗ୍ରାମ ସ୍ଥିତ ମା ବଗଳାମୁଖୀ ଙ୍କ ଶକ୍ତି ପୀଠରେ ପବିତ୍ର ଆଷାଢ଼ ଶୁକ୍ରବାର କୃଷ୍ଣ ଦଶମୀ ପକ୍ଷରେ ଏକ ଗୁରୁକୁଳ ବେଦ ବିଦ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଚିକିଟୀ ଅଞ୍ଚଳ ତଥା ସମଗ୍ର ଓଡ଼ିଶାରେ ସନାତନ ଧର୍ମ ର ରକ୍ଷା ତଥା ବେଦ ବିଦ୍ୟାର ଉନ୍ନତି ଲାଗି ସୁନାମଧନ୍ୟ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ବହୁ ଦିନର ସଂକଳ୍ପ ଆଜି ପୁରଣ ହୋଇଛି। ପଣ୍ଡିତ ଶ୍ରୀ ପାଢ଼ୀ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ରେ ବ୍ରହ୍ମପୁର ସ୍ଥିତ ଶ୍ରୀ ରାମାଧୀନ ସଂସ୍କୃତ ବିଦ୍ୟାଳୟ ର ଅଧ୍ୟକ୍ଷ ମହନ୍ତ ଶ୍ରୀ ହରିହର ଦାସ, ଅଞ୍ଚଳର ଶିକ୍ଷାବିତ ମାନଙ୍କ ସହିତ ମା ବଗଳାମୁଖୀ ମନ୍ଦିର ପରିଚାଳନା କମିଟି ଓ ଟ୍ରଷ୍ଟ ଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି। ଭାରତ ସରକାର ଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଉଜ୍ଜୟିନୀ ଠାରେ ଥିବା ମହର୍ଷି ଶ୍ରୀ ସନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଦ୍ଵାରା ଏହି ବେଦ ବିଦ୍ୟାଳୟ ପରିଚାଳିତ ହେବ। ଏହି ଗୁରୁକୁଳ ବେଦ ବିଦ୍ୟାଳୟ ରେ ପ୍ରଥମ ଥର ୨୧ ଜଣ ଛାତ୍ର ସେମାନଙ୍କ ଅଭିଭାବକ ମାନଙ୍କ ଉପସ୍ଥିତିରେ ଅଧ୍ୟାପକ ପଣ୍ଡିତ ଶ୍ରୀ ହର ମୋହନ ପଣ୍ଡା ଙ୍କ ଉପସ୍ଥିତି ରେ ନାମ ପଞ୍ଜିକରଣ କରିଛନ୍ତି। ପ୍ରତେକ ଦିନ ଛାତ୍ର ମାନେ ତ୍ରିକାଳ ସନ୍ଧ୍ୟା ଯୋଗ, ପ୍ରାଣାୟାମ, ଚତୁଃର୍ବେଦ, ଗଣିତ, ବିଜ୍ଞାନ, ସାହିତ୍ୟ, ହିନ୍ଦୀ, ବ୍ୟାଙ୍କରଣ ସହିତ ବ୍ରହ୍ମ କର୍ମ ଶିକ୍ଷଦାନ ଦିଆଯିବ। ସକାଳ ଓ ସନ୍ଧ୍ୟା ରେ ମା ବାଗଳାମୁଖୀ ଙ୍କ ପୂଜାର୍ଚନା ସହିତ ସ୍ତୋତ୍ର, କବଚ ଓ ସହସ୍ର ନାମ ଜପ କରାଯିବା ନେଇ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.