ଯୁକ୍ତ ଦୁଇରେ କୃତକାର୍ଯ୍ୟ ହୋଇଥିବା ଵିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା…

youtube

କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସରକାରୀ ଛାତ୍ରଙ୍କ ପାଇଁ ଆୟୋଜିତ ହେଲା ସଭା।

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ସର୍ବ ବୃହତ୍ତମ ଓ ପୁରାତନ ଖଲ୍ଲିକୋଟ ହ।ୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଵିଦ୍ୟାର୍ଥୀଙ୍କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଥମେ ଅଧକ୍ଷ ଡ଼ଃ. ଅଧ୍ୟକ୍ଷ ଡ଼ଃ.ରଧାକାନ୍ତ ନାୟକ ଙ୍କୁ ସମ୍ବର୍ଦ୍ଧିତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି କଲେଜ ପାଇଁ ଗୌରବ ଅର୍ଜନ କରିଥିବା ବିଜ୍ଞାନର ଛାତ୍ର ସତ୍ୟଜିତ ମିଶ୍ର, ଦେବାଶିଷ ମହାନ୍ତି, କଳା ବିଭାଗରଛାତ୍ର ସତ୍ୟଜିତ ପଣ୍ଡା , ଦିବ୍ୟପ୍ରସାଦ ସାହୁ, ବାଣିଜ୍ୟ ଛାତ୍ରୀ ନିହାରିକା ସାବତ ଓ ସୌମ୍ୟରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯୟକ୍ରମରେ ରବୀନ୍ଦ୍ର ନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ସୋନମ୍ ଦାସ, ତରୁଣ ପାଢ଼ୀ, ମୁରଲିମୋହନ ଆଚାର୍ଯ୍ୟ, ରିତାଞ୍ଜଳି ସ୍ବାଇଁ, ଅଶୋକ ଜେନା, ସତ୍ୟନାରାୟଣ ଦାସ ପ୍ରମୁଖ ଯୋଗଦାନଥିଲେ। ଶିକ୍ଷାନୁଷ୍ଠାନ ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।

Leave A Reply

Your email address will not be published.