ଗୋପାଳପୁର ବେଳାଭୂମି ଗଣବଳାତ୍କାର ଘଟଣା : ବ୍ରହ୍ମପୁର ଏସପିଙ୍କୁ ଭେଟିଲେ ଆମ ଆଦମୀ ପାର୍ଟି ପ୍ରତିନିଧି ଦଳ…

add-all

ଆଇନ ଶୃଙ୍ଖଳା ପରିସ୍ଥିତି ସଜାଡି ବାକୁ କଲେ ଦାବୀ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଗତରବିବାର ସନ୍ଧ୍ୟାରେ ଜୈନେକା ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣାକୁ ଦଳ ତୀବ୍ର ଭାଷାରେ ନିନ୍ଦା କରାଯାଇଛି । ଏହି ନିନ୍ଦନୀୟ ଅପରାଧରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଅପିଲ କରିଛି ଆମ ଆଦମୀ ପାର୍ଟି।ବ୍ରହ୍ମପୁର ପୋଲିସ ଏସପି ଙ୍କ ନେତୃତ୍ୱରେ ଅପରାଧୀମାନେ ତୁରନ୍ତ ଗିରଫ ହୋଇଛନ୍ତି । ପୋଲିସ ପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପ୍ରଶଂସନୀୟ କିନ୍ତୁ ବର୍ତ୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅବନତି ଘଟୁଛି ବୋଲି ଅଭିଯୋଗ କରିଛି ଆପ । ଦୁଷ୍କର୍ମ, ହତ୍ୟା, ଲୁଟ୍‌ତରାଜ ଭଳି ଗୁରୁତର ଅପରାଧ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରୁ ସାଧାରଣ ଜନତା ଆତଙ୍କିତ ଓ ଅସୁରକ୍ଷିତ ଅନୁଭବ କରୁଛନ୍ତିବୋଲି କହିଛନ୍ତି ଗୋପାଳପୁର ବିଧାନସଭା ବିଧାୟକ ପ୍ରାର୍ଥୀ ପି. ନୀଳକଣ୍ଠ ରେଡ୍ଡୀ।ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ମହିଳା ସୁରକ୍ଷା ନିମନ୍ତେ ତୁରନ୍ତ ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ମହିଳା ପ୍ରତି ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।
ବ୍ରହ୍ମପୁରରେ ତୁରନ୍ତ ପୋଲିସ କମିଶନରେଟ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ । ଏହି ଅବସରରେ ଜିଲ୍ଲା ସଭାପତି ସୁବାଷ ରାଉତ, ପଦ୍ମନାଭ ମହାରଣା, ସୁଧୀର ପ୍ରଧାନ, ରମେଶ ବେହେରା, ଆଡ଼ଭୋକେଟ କୈଳାଶ ସେଠୀ, ସୁଦର୍ଶନ ମଲ୍ଲିକ, ଶିବ କୁମାର କରାଡ଼ି, ମହମଦ ସଲିମ, ନିଭସ୍ମିତା ପ୍ରଧାନ, କେ.ମନୋଜ ରେଡ୍ଡୀ, ଏସ. କ୍ରିଷ୍ଣା ରେଡ୍ଡୀ, ଗୋପୀ ରେଡ୍ଡୀ, କିରଣ ରେଡ୍ଡୀ,ଅଜାମ୍ବିଳ ବିଶ୍ୱାଳ, ଶିବା ରେଡ୍ଡୀ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଏସପି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.