ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ଘଟଣା ସ୍ଥଳରେ ଏଆଇସିସି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

add-all

ବେଳାଭୂମିର ସ୍ଥିତି, ସୁରକ୍ଷା ନେଇ ଉଠାଇଲେ ପ୍ରଶ୍ନ

ବ୍ରହ୍ମପୁର : ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା. ଆଜି ମଧ୍ୟାହ୍ନରେ ଘଟଣା ସ୍ଥଳରେ କଂଗ୍ରେସର ଫେକ୍ଟ ଫାଇଣ୍ଡିଙ୍ଗ ଟିମ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।5 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଁଚି ଗୋପାଳପୁରରେ ବେଳାଭୂମି ରେ ସ୍ଥିତି ପରଖିଛନ୍ତି । ଦୀପା ଦାସ ମୁନସିଂଙ୍କ ନେତୃତ୍ୱରେ ସାଂସଦ ରଞ୍ଜିତ ରଂଜନ , ପରିଣୀତି ସିଂ ଦେ, ସାଂସଦ ଏସ, ଜୋସନାମଣି , ଶୋଭା ଓଝା ଗସ୍ତ କରିଥିଲେ । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସହ ଏହି ଟିମରେ ଓଡ଼ିଶା ପ୍ରଦେଶ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ସ୍ଥିତି ପରଖିଛୁ, ବେଳାଭୂମିରେ ଘଟିଥିବା ଘଟଣାସ୍ଥଳ ରେ ସୁରକ୍ଷା ବ୍ୟବସ୍ଥା ସହ ଆଲୋକୀକରଣ ନାହିଁ । ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆବଶ୍ୟକସ୍ଥଳେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ରିପୋର୍ଟ ଦେବୁ ବୋଲି ଫେକ୍ଟ ଫାଇଣ୍ଡିଙ୍ଗ ଟିମ କହିଛନ୍ତି। କନ୍ଧମାଳ ଜିଲ୍ଲା ଗସ୍ତ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ଥ ତଥ୍ୟ ରଖିବୁ ବୋଲି କହିଛି କଂଗ୍ରେସ ।

ad-week
Leave A Reply

Your email address will not be published.