ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପୁରୁଖାଙ୍କ ବରିଷ୍ଠ ବିଜେପି ନେତାଙ୍କ ଗୃହରେ ବୈଠକ…

add-all

ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ ର ପୂର୍ବ ଆଭାସ ନୁହଁତ…??


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ରାଜନୈତିକ ପାଣି ପାଗରେ ପରିବର୍ତ୍ତନ ର ଆଭାସ। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଦିନିକିଆ ଆସିକା ଗସ୍ତରେ ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାର ମନ୍ତ୍ରୀ ବିଧାୟକ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଆଜି ଅପରାହ୍ନ ସମୟରେ ଆସିକା ହରିହର ନଗରର ପୁରୁଖା ନେତା ସୂର୍ଯ୍ୟ ନାରାୟଣ ଦାଶ ଙ୍କ ବାସ ଗୃହକୁ ଜିଲ୍ଲାର ମନ୍ତ୍ରୀ ବିଭୁତି ଜେନା, ଗୋକୁଳା ନନ୍ଦ ମଲ୍ଲିକ, ଆସିକା ସାଂସଦଙ୍କ ସମେତ ବିଜେପି ର ଅନ୍ୟ ବିଧାୟକ ମାନେ ଆସି ରଣକୌଶଳ ପ୍ରସ୍ତୁତ କରି ଯାଇଥିବା ଜଣାପଡିଛି। ପୁରୁଖା ନେତାଙ୍କ ପାଖରେ ମନ୍ତ୍ରୀଙ୍କ ଠାରୁ ସାଂସଦ ଓ ବିଧାୟକ ମାନେ ଆସି ଯିବା ପରେ ଆସିକାରେ ଜୋର ଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଇଥିବା ନେଇ ବିଜେପିର ଦୁଇ ଗୋଷ୍ଠି ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କେଉଁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପରଖୁଛନ୍ତି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.