ଫିକା ପଡିବ କି ମୁଖ୍ୟମନ୍ତ୍ରୀ ଙ୍କ ଆସିକା ଗସ୍ତ : କାମରେ ଆସିଲାନି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଦୁଇ ଦୁଇଟି ହେଲି ପ୍ୟାଡ଼…

add-all

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଦାୟିତ୍ୱ ରେ ଥିବା ବ୍ୟକ୍ତି ପାଇଁ ପୁଷ ମାସ..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ଆଜି ଦିନିକିଆ ଗସ୍ତର ମୁଖ୍ୟମନ୍ତ୍ରୀ ହେଲିକେପଟର ରେ ଆସିବାର ଥିଲା। ପ୍ରଶାସନ ପକ୍ଷରୁ ଆସିକା ହରିହର ହାଇସ୍କୁଲ ଓ ଘଟକୁରି ଠାରେ ଦୁଇ ଦୁଇଟି ହେଲିପ୍ୟାଡ଼ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲା। ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ କାର ଯୋଗେ ସଡ଼କ ପଥରେ ଆସିକା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଆସିକା ଅଞ୍ଚଳକୁ ପ୍ରଥମ ଥର ଆସୁଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଇନ୍ଦ୍ର ଦେବତା ଦାଉ ସାଜିବା ଯୋଗୁଁ ଦୁଇ ଦୁଇଟି ହେଲି ପ୍ୟାଡ଼ କୁ ଫୁ ବୋଲି ଆଲୋଚନା ହେଉଛି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେତାଙ୍କ ଠାରୁ ସାଧରଣ ଲୋକେ ଫୋଲୋ କରି କିଏ କେଉଁଠି ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିଲେ। ସଡ଼କପଥ ଯୋଗେ ଆସୁଥିବା ଯୋଗୁଁ କେଉଁ କେଉଁ ସ୍ଥାନକୁ ଯିବେ ନ ଯିବେ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ଅନ୍ୟପଟେ ବିରୋଧୀ ଙ୍କୁ ଜଗୁଛି ପୋଲିସ ଇତି ମଧ୍ୟରେ ବିଜେଡ଼ି ର ବହୁ ନେତା ଓ କର୍ମୀ ଙ୍କୁ ଅଟକ ରଖିଛି ପୋଲିସ l ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏପରିକି ଛାତ୍ର ଛାତ୍ରୀଙ୍କ ପାଇଁ ବ୍ୟବସ୍ଥା ହୋଇଛି ବଡା ଖାନା l ସଂସ୍କୁତି ବିଭାଗ ଦ୍ଵାରା ଆୟୋଜନ କରାଯାଇଛି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କିନ୍ତୁ ବର୍ଷା ଦାଉ ସାଧି ପାରେ ବୋଲି ଆଲୋଚନା ହେଉଛି l ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ରେ ଦାୟିତ୍ୱ ରେ ଥିବା ବ୍ୟକ୍ତି ବେଶେଷ ଙ୍କ ପାଇଁ ପୁଷ ମାସ ବୋଲି ଲୋକେ ଚର୍ଚ୍ଚା କଲେଣି l

ad-week
Leave A Reply

Your email address will not be published.