ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା : ବିଜେଡ଼ି କର୍ମୀ ପ୍ରତିବାଦ କରୁଥିବା ବେଳେ ଆସିକା ପୋଲିସ ଉଠାଇ ନେଲା…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡ଼ି ପ୍ରତିବାଦ କରୁଛି।ସୂଚନା ଥାଉକି ଗୋପାଳପୁର ଗଣ ଦୁଷ୍କର୍ମର ପ୍ରତିବାଦ ଆସିକା ବିଜେଡ଼ି କାର୍ଯ୍ୟାଳୟ ଠାରେ ବହୁ କର୍ମୀ ପ୍ରତିବାଦ କରୁଥିବା ବେଳେ ପୋଲିସ ପହଁଞ୍ଚି ୨୦ ରୁ ଉର୍ଦ୍ଧ କର୍ମୀ ଓ ନେତାଙ୍କୁ ଥାନାକୁ ନେଇ ଅଟକ ରଖିଛି। ବିଜେପି ସରକାରଙ୍କ ସମୟରେ ନାରୀ ନିର୍ଯ୍ୟାତନା ଓ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଥିବା ଦର୍ଶାଇ ବିଜେଡ଼ି ପକ୍ଷରୁ ପ୍ଲାକ କାର୍ଡ଼ ଧରି ଭିକ୍ଷୋଭ ପ୍ରଦର୍ଶନ ପାଇଁ ଯାଉଥିବା ବେଳେ ପୋଲିସ ଉଠେଇ ନେଇଛି। ବର୍ତ୍ତମାନ ଓଡିଶା ରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ବେଳେ ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ କୁ ବିଜେଡି, କଂଗ୍ରେସ ସମେତ ଅନେକ ସଂଗଠନ ଏହାକୁ ତୀବ୍ର ବିରୋଧ କରୁଛନ୍ତି l ଗୋପାଳପୁର ଗଣ ଦୁଷ୍କର୍ମ ଏବଂ ନାରୀ ନିର୍ଯ୍ୟାତନା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଆସିକା ଗସ୍ତ କୁ ବିଜେଡ଼ି ପ୍ରତିବାଦ କରିଛି l

ad-week
Leave A Reply

Your email address will not be published.