ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ : ଅଧା ଲଣ୍ଡା କରି ଦୁଇ ଦଳିତକୁ ଗାଁ ଦାଣ୍ଡରେ ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି ପିଆଇଲେ ଲୋକେ…..!


ଗୋରକ୍ଷକ ଙ୍କ ବର୍ବର କାଣ୍ଡ ପ୍ରଶାସନ ନାଚାର…..!
.
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଇଲାକାରେ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଦୁଇ ଜଣ ଦଳିତ ଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ ଆଣ୍ଠେଇ ଦୁଇ କିଲୋ ମିଟର ଚଳେଇବା ସହ ନର୍ଦ୍ଦମା ର ମଇଳା ପାଣି ପିଆଇଲେ ଲୋକେ l ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମ ରାଜରାସ୍ତାରେ l ଅକାରଣ ରେ ଦଣ୍ଡ ପାଇ ଥିବା ଦୁଇ ବ୍ୟକ୍ତି ହେଲେ ସୀଙ୍ଗିପୁର ଗ୍ରାମର ବୁଲୁ ନାୟକ ଓ ବାବୁଲା ନାୟକ ସୂଚନା ଅନୁସାରେ ଝିଅକୁ ଯୌତୁକ ଦେବା ପାଇଁ ଦୁଇ ଦଳିତ ବ୍ୟକ୍ତି ହରିପୁରରୁ ତିନୋଟି ଗାଈ ଧରି ସୀଙ୍ଗିପୁର ଯିବା ବେଳେ ଖାରିଗୁମ୍ମା ଠାରେ ତାଙ୍କୁ କିଛି ଲୋକ ଅଟକାଇବା ସହ ଗୋ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନଦେବାରୁ ଦୁଇ ନିରୀହ ଲୋକକୁ ମାଡ ମାରିବା ସହ l ସେଲୁନରେ ଅଧା ଲଣ୍ଡା କରିଥିଲେ l ଅଧା ଲଣ୍ଡା କରି ଦୁଇ ଦଳିତଙ୍କୁ ଖାରିଗୁମ୍ମା ଠାରୁ ପାଦରେ ଚଳାଇ ଜାହାଡା ଅଣା ଯାଇଥିବାବେଳେ ପାଖାପାଖି ଦୁଇ କିଲୋମିଟର ରାସ୍ତା ଜାହାଡା ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ l ଦୁଇ ଦଳିତଙ୍କୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମାର ମଇଳା ପାଣି ପିଇବାକୁ ବାଧ୍ୟ କରାଇଥିଲେ l ତେବେ ସୁଯୋଗ ପାଇ ଦୁଇ ଦଳିତ ବ୍ୟକ୍ତି ସେଠାରୁ ଖସି ଆସିଥିବା ବେଳେ ଏନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୁକ୍ତଙ୍କ ମୁଣ୍ଡ ଆଉ ପିଠିରେ ଆଘାତ ଲାଗିଥିବା ବେଳେ ଧରାକୋଟ ପୋଲିସ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ କରୁଛି l ଏ ନେଇ ଧରାକୋଟ ଥାନାରେ ମାମଲା ରୁଜୁ ହେବା ସହ ଏ ଘଟଣାରେ ସାତ ରୁ ଆଠ ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ନେଇ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ସୂଚନା ଦେଇଛନ୍ତି । ଏପରି ଏକ ସାଙ୍ଘାତିକ ଘଟଣାରେ ଯିଏବି ଆଇନ କୁ ହାତକୁ ନେଇଛି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଏସଂକ୍ରାନ୍ତରେ ଜଣକୁ ଧରାକୋଟ ପୁଲିସ ଅଟକ ରଖି ତଦନ୍ତ କରୁଛି