
ନୟାଗଡ଼: ନୟାଗଡ ଜିଲ୍ଲାର ଓଡ଼ଗାଁ ଏନଏସି ତଥା ଜିଲ୍ଲା ଅବକାରୀ ବିଭାଗ, କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଆମ ସଂକଳ୍ପ, ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବ୍ୟବହାରକୁ ବିରୋଧ କରି ଏକ ଗଣଦୌଡ ମାଧ୍ୟମରେ ସଚେତନତା କରାଯାଇଛି। ରଘୁନାଥ ଅଥଲେଟିକ ଆସୋସିଏସନ୍ ର ସମ୍ପାଦକ ଦିବାକର ନାୟକ ଙ୍କ ନେତୃତ୍ୱରେ ଶତାଧିକ ଯୁବକ, ଏନଏସି ଶିକ୍ଷକ, ୩୦ ଜଣ ଛାତ୍ରଛାତ୍ରୀ ସହିତ ବୁଦ୍ଧିଜୀବୀ, ଖବର ଦାତା ଓ ପରିବେଶବିତ୍ ସୁକାନ୍ତ ଚୌଧୁରୀ, ପ୍ରଜ୍ଞା ପରିବାର ତରଫରୁ ପ୍ରହଲ୍ଲାଦ ଅଧିକାରୀ ଯୋଗ ଦେଇଥିଲେ।ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ଏହି ଗଣଦୌଡ କୁ ଆମ ସଂକଳ୍ପ ଭାବେ ନିଆଯାଇଛି । ଓଡ଼ଗାଁ ରେ ବିଜେ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ଏନଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଓ ଅବକାରୀ ସହ ନିରୀକ୍ଷକ ଚିନ୍ମୟ ଦଳେଇ ମିଳିତ ଭାବେ ସବୁଜ ପତାକା ହଲାଇ ଗଣଦୌଡ କୁ ଶୁଭାରମ୍ଭ କରିଥିଲେ । ଏହି ଗଣଦୌଡ ରଘୁନାଥ ମନ୍ଦିର ପ୍ରଙ୍ଗଣରୁ କଦମ୍ବ ବଜାର, ଲକ୍ଷ୍ମୀ ବଜାର, ଦଲକ ଛକ ଦେଇ କଲେଜ ପଡିଆ ପର୍ଯ୍ୟନ୍ତ ହୋଇଥିଲା ।କଲେଜ ପଡିଆ ଠାରେ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।ଯୋଗଦେଇଥିବା ବିଭିନ୍ନ ଅତିଥି ମାନେ ଭାରତ ସରକାର ନିଶା ନିବାରଣ ନୁହେଁ , ନିଶା ମୁକ୍ତ ଭାରତ ଗଠନ କରିବାକୁ ମତ ଦେବା ସହିତ ଯୁବ ସମାଜ ଏ ଦିଗରେ ସଜାଗ ରହିବା ସହିତ ପ୍ରତି ଘରେ ନିଶା ନିବାରଣ ଅଭିଯାନର ମୂଳ ଲକ୍ଷ୍ୟ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ।ଏହାଦ୍ବାରା ଚୋରି, ଡକାୟତି, ରାହାଜାନୀ, ନାରୀ ନିର୍ଯାତନା, ପାରିବାରିକ କଳହ ନିରାକରଣ ସହ ଏକ ସୁସ୍ଥ ପରିବାର ଓ ଦେଶ ଗଠନ ହୋଇପାରିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ।ଶେଷରେ ପିଲାମାନେ ଛି ଛି ମଦ ପିଇବି ନାହିଁ ସ୍ଲୋଗାନ ଦେଇଥିଲେ।