ସରକାରୀ ଜମି ଜବରଦଖଲ ଉଚ୍ଛେଦ ଭୟର ଝରିଗାଁ ଅଞ୍ଚଳବାସୀ : ଭୁ-ବନ୍ଦୋବସ୍ତ ପାଇଁ ଦାବୀ…

youtube

ଉମରକୋଟ /ଝରିଗାଁ :- ୨୩/୦୬/୨୦୨୫)ରାଜ୍ୟରେ ଦୀର୍ଘ ୨୫ବର୍ଷ ଧରି ବିଜେଡ଼ି ସରକାର ଚାଲିଥିବା ବେଳେ ଜନସାଧାରଣ ପରିବର୍ତ୍ତନ ଚାହିଁଥିଲେ, ଯାହା ଫଳରେ ଲୋକଙ୍କ ସମର୍ଥନରେ ରାଜ୍ୟରେ ଭାଜପା ସରକାର ଗଠନ କରିପାରିଥିଲା ଏବଂ ଲୋକେ ଭାବୁଥିଲେ ଗ୍ରାମାଞ୍ଚଳର ବିକାଶ ହେବ, କିନ୍ତୁ ଲୋକଙ୍କ ଚିନ୍ତାଧାରା ଆଉ ସରକାରଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅଲଗା ରହିଅଛି। ୪୦ରୁ ୫୦ବର୍ଷ ଧରି ଲୋକେ ନିଜ ନିଜ ଅଞ୍ଚଳରେ ଘର କରି ପେଟପାଟଣା ପାଇଁ ଛୋଟ ମୋଟ ବ୍ୟବସାୟ କରି ବା କୁଳି ମଜୁରୀରେ ଏକ ପ୍ରକାର ଚଳି ଆସୁଥିବା ବେଳେ ଉକ୍ତ ବ୍ୟବହାର କରିଥିବା ଜମିକୁ ସରକାର ପଟ୍ଟା ଦେବାରେ ଅସମର୍ଥ ରହିଥିବା ବେଳେ ସରକାରୀ ଦଳରେ ରହିଥିବା କିଛି ବ୍ୟକ୍ତି ବିଶେଷଙ୍କ ସ୍ବାର୍ଥ ସକାଶେ ବାରମ୍ୱାର ବ୍ଲକ୍ ତଥା ଜିଲ୍ଲା ପ୍ରଶାସନ ନିକଟରେ ସରକାରୀ ଜମିରେ କରିଥିବା ଘର ଏବଂ ଦୋକାନ ଗୃହକୁ ଭାଙ୍ଗିବା ପାଇଁ ଦାବୀ କରାଯାଉଅଛି।ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ, ଯାହା ଫଳରେ ଏହି ଅଞ୍ଚଳରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଛି । ପ୍ରଶାସନ ଲୋକଙ୍କୁ ସ୍ଥାୟୀ ଥଇଥାନ କରିବା ବଦଳରେ ବାରମ୍ୱାର ଘର ଖାଲି କରି ଭାଙ୍ଗିବା ପାଇଁ ନୋଟିସ୍ ଉପରେ ନୋଟିସ୍ ଦେଇ ଚାଲିଅଛି କିନ୍ତୁ ସରକାରୀ ଜମିରେ ଘର ଏବଂ ଦୋକାନ ବଜାର କରି ରହୁଥିବା ଲୋକେ ଅନିଶ୍ଚିତତା ଓ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି। ୧୯୫୮ ମସିହାରେ ବାଙ୍ଗଲାଦେଶ ଗୃହଯୁଦ୍ଧ ସମୟରେ ଥଇଥାନ ପାଇଁ ଭୂ-ବନ୍ଦୋବସ୍ତ ଭାରତରେ ହୋଇଥିଲା। ତା’ପରଠୁ ଏଥି ପ୍ରତି କାହାର ନଜର ନାହିଁ, ଫଳରେ ପ୍ରାୟ ୬୬ ବର୍ଷ ଧରି ଘରଦ୍ଵାର କରି ରହୁଥିବା ଏଠାକାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ଝରୀଗାଁ ହାତୀବାଡ଼ି ଗ୍ରାମର ୨୮ ଗୋଟି ପରିବାରଙ୍କ ଘରେ ବୁଲଡୋଜର ସାହାଯ୍ଯରେ ଧୂଳିସାତ୍ କରିଦେବା ପରେ ଏବେ ଝରିଗାଁ ବ୍ଳକର ୨୩ ଗୋଟି ପଞ୍ଚାୟତର ଧନୀ ଗରିବ ସମସ୍ତେ କୋକୁଆ ଭୟ ମଧ୍ୟରେ ରହୁଛନ୍ତି।ନିଜ ପୂର୍ବପୁରୁଷ ଙ୍କ ସ୍ଵପ୍ନ ର ଘର କୁ ବୁଲଡୋଜର ଚଢ଼େଇବା ରୁ କେମିତି ରକ୍ଷା କରିବେ ସେ ଚିନ୍ତା ରେ ସମସ୍ତେ । ଝରିଗାଁ ଅଞ୍ଚଳବାସୀଙ୍କ ତରଫରୁ ଉଚ୍ଛେଦ ନ କରିବା ପାଇଁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ସରକାର ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବାକୁ ଯୋଜନା କରିଛନ୍ତି। ଏନେଇ ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଲୋକେ ଦେଇଥିବା ଆବେଦନକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି, ଯାହା ଜିଲ୍ଲାପାଳ ନିର୍ଦ୍ଦେଶ ଦେବେ, ସେ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.