ଆସିକା ଯୁବଶକ୍ତି ସମାବେଶ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

youtube

ବ୍ରହ୍ମପୁର: ଆସିକା ନିର୍ବାଚନ ମଣ୍ଡଳୀର ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଯୁବଶକ୍ତି ସମାବେଶ ଯୋଗ ଦେଲେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯୁବଗୋଷ୍ଠି ନିମନ୍ତେ କ୍ରୀଡାର ଭିତ୍ତିଭୂମି ର ବିକାଶ ନିମନ୍ତେ ଓଡ଼ିଶାର ୩୧୪ ବ୍ଲକ ରେ ୪୧୨୪ କୋଟି ଟଙ୍କା ବ୍ୟୟ ରେ ଷ୍ଟାଡିୟମ ନିର୍ମାଣ, ବ୍ରହ୍ମପୁର, ଢେଙ୍କାନାଳ, ସମ୍ବଲପୁର, ଭଦ୍ରକ, କୋରାପୁଟ ରେ କ୍ରୀଡା ର ହବ ହେବାକୁ ଯାଉଛି l ଅନେକ ଯୁବ ପ୍ରତିଭା ସୃଷ୍ଟି ପାଇଁ ସୁଯୋଗ ରହିବ l ରାଜ୍ୟରେ ବର୍ଷେ ହେଲା ନୂତନ ସରକାର ଆସିଲା ପରଠାରୁ ସରକାରୀ ସ୍ତରରେ ୨୮ହଜାର ୩୪୬ ଜଣ ଯୁବକ ଏବଂ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି l ଆଗାମୀ ଦିନରେ ୪୦ ହଜାର ନିଯୁକ୍ତି ର ସୁଯୋଗ ରହିଛି ବୋଲି କହିଥିଲେ।ଡବଲ ଇଞ୍ଜିନ ସରକାର ଯୁବ ବର୍ଗ କୁ ପ୍ରାଧାନ୍ୟ ଦେଇ ଆସୁଛି। ଯୁବ ନେତୃତ୍ୱ ହି ଓଡିଶା ର ଯୁବ ସମାଜ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିବାକୁ ଯାଉଛି l ଆଗାମୀ ୨୦୩୬ ପାଇଁ ୩୬ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ୨୦୪୭ ନିମନ୍ତେ ସମୃଦ୍ଧ ଓଡିଶା, ବିକଶିତ ଓଡିଶା ନିମନ୍ତେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ନିମନ୍ତେ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଭିଜନ ଡକୁମେଣ୍ଟରେ ରାଜ୍ୟ ର ଯୁବ, ମହିଳା, କୃଷକ ଓ ଗରିବ ମାନଙ୍କ ଉନ୍ନତି ସକାଶେ ସକଳ୍ପବଦ୍ଧ ରୂପେ କାର୍ଯ୍ୟ କରିବେ l ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା କୁ ସମସ୍ତ ଅଧିକାରୀ ମାନଙ୍କୁ ଆଣି ସମସ୍ତଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟର ଯୁବ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲୀକ,ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,ସୋରଡ଼ା ବିଧାୟକ ନୀଳ ମଣି ବିଷୋୟୀ, ବ୍ରହ୍ମପୁର ବିଧାୟକ ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ, ମାନେ ଦକ୍ଷିଣ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱେରୀ ଙ୍କ ଦର୍ଶନ କରି ଖମ୍ବେଶ୍ୱେରୀ ପାଟଣା ଦେଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ହୋଇ ଭୁବନେଶ୍ୱର ସଡ଼କ ପଥ ରେ ଫେରି ଯାଇଥିଲେ। ମା ବିଶ୍ରାମ (ପହଡ଼) ରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଦର୍ଶନ କୁ ଯିବା ଆଧ୍ୟାତ୍ମିକ ପ୍ରେମୀ ମହଲ ରେ ଜୋର ଦାର ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.