ଚିକିଟିରେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ନିମନ୍ତେ ମା ବଗଳାମୁଖୀ ଙ୍କ ପୀଠରେ ଦୀପଦାନ

add-all

ଚିକିଟି : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଚିକିଟୀ ଏନ ଏ ସି ପକ୍ଷରୁ ରବିବାର ପୂର୍ବାହ୍ନରେ ସମୁହ ଦୀପଦାନ କରାଯାଇଛି। ରବିବାର ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନ ପଟ୍ଟନାୟକଙ୍କ ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା ହେବ। ଏ ନେଇ ଚିକିଟୀ ଏନ ଏ ସି ତରଫରୁ ସ୍ଥାନୀୟ ମା ବଗଳାମୁଖୀ ଙ୍କ ଶକ୍ତି ପୀଠରେ ବିଜେଡି ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓଙ୍କ ନେତୃତ୍ୱରେ ମା ଙ୍କ ନିକଟରେ ଅଞ୍ଚଳର ସୁନାମଧନ୍ୟ ପୁରୋହିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ସମୁହ ଦୀପଦାନ କାର୍ଯ୍ୟକ୍ରମ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ଏବଂ ଅଞ୍ଚଳର ବହୁ ବିଜେଡି କର୍ମୀ ଯୋଗ ଦେଇ ମା ଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ad-week
Leave A Reply

Your email address will not be published.