
ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ଶିଶୁ ମାନଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦାନ କରି ସଫଳତା ପାଇଥିବା କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟ ପାଇଁ ବା ଚିକିଟୀ ନିର୍ବାଚନ ମଣ୍ଡଳୀ ପାଇଁ ଗୌରବ ଆଣିଥିବା A1 ଶିଶୁ ସୁଶ୍ରୀ ଲକ୍ଷ୍ମୀ ସାହୁ ଓ ଶୁଭମ ବାଡତ୍ୟାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। କୃତି ଶିଶୁଙ୍କୁ ଉଦବୋଧନ ଦେଇ କହିଥିଲେ ଜୀବନରେ ବ୍ୟକ୍ତିଙ୍କୁ ଉଚ୍ଚ ସ୍ଥାନକୁ ନେଇଥାଏ ଶିକ୍ଷା, ଶିକ୍ଷା ବିନା ଭବିଷ୍ୟତ ଗଢ଼ିବା କଷ୍ଟ ହୋଇଥାଏ। ଏଣୁ ତୁମେ ମାନେ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ସହ ନିଜ ନୈତିକ ଜ୍ଞାନକୁ ପ୍ରଦର୍ଶନ କର। ଏହି ଅବସର ରେ ସଭାପତି ପି.ରାମାରାଓ ସୁବୁଦ୍ଧି ମଧ୍ୟ ଶିଶୁଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ପରିଚାଳନା ସମିତିର ଉପସଭାପତି ସନ୍ତୋଷ ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ , ଯୁଗ୍ମ ସମ୍ପାଦକ କେ. ସିମାଞ୍ଚଳ କୋଷାଧ୍ୟକ୍ଷ ଏସ.ଦୁର୍ଗାପ୍ରସାଦ ସୁବୁଦ୍ଧି , ସଦସ୍ୟା ପ୍ରିୟଦର୍ଶିନୀ ସାହୁ ଓ ସଂଧ୍ୟା ସାହୁଙ୍କ ସଦୟ ଉପସ୍ଥିତିରେ A1 ପାଇଥିବା ଦୁଇ ଶିଶୁ ପ୍ରତ୍ୟେକଙ୍କୁ ୩୧୦୦୦/- ଅର୍ଥ ରାଶି ପ୍ରଦାନ କରିଥିଲେ। ବିଦ୍ୟାଳୟର ଶତପ୍ରତିଶତ ଆଣିବାରେ ପ୍ରେରଣା ଦେଇଥିବା ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ସମ୍ମାନିତ ରାଶି ପ୍ରଦାନ କରିଥିଲେ। ପରି ଶେଷ ରେ ମୁଖ୍ୟ ଅତିଥି ସମସ୍ତ ଶିଶୁଙ୍କ ମେଳରେ ଭୋଜନ ଗ୍ରହଣ କରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିଲା।