ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡ଼ାଠାରେ ଯୁକ୍ତ ଦୁଇ କଳା ଅତିଥି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

youtube

ଉମରକୋଟ : ଆଜି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡ଼ା ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ସାମଲ ଏବଂ ବେହେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ କଳା ନବନିଯୁକ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ (Guest Faculties)ମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଏକ ସୁନ୍ଦର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଭାଗ୍ୟ ଭବିଷ୍ୟତ ଗଠନରେ କିପରି ନିଜକୁ ସହାୟକ ହେବେ ଓ ଶିକ୍ଷାଦାନ ପ୍ରଣାଳୀ କୁ ସରସ ସୁନ୍ଦର କରି ପିଲାଙ୍କୁ ଶିକ୍ଷା ପ୍ରଦାନ କରିବେ ସେ ଦିଗରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ପାଠ୍ୟ ବିଷୟ ଅନୁଯାଇ ଇଂରାଜୀ ବିଷୟରେ ମାଷ୍ଟର ଚିନ୍ମୟ ମାନିଆ (ଉମରକୋଟ ),ଓଡ଼ିଆ ରେ ଶ୍ରୀମତୀ ପ୍ରେମଶୀଳା ହରିଜନ(ଗୋନା ), ଅର୍ଥଶାସ୍ତ୍ର ବିଷୟରେ ଶ୍ରୀମତୀ ସସ୍ମିତା ସାହୁ (ଉମରକୋଟ ), ରାଜନୈତିକ ବିଜ୍ଞାନ ରେ ସୁଶ୍ରୀ ଶାନ୍ତିଲତା ସରକାର (କାରାଗାଁ), ଭାରତୀୟ ଇତିହାସ ବିଷୟରେ ମାଷ୍ଟର ମିନିକେତନ ନାଏକ ଓ ସାମାଜିକ ବିଜ୍ଞାନରେ ସୁଶ୍ରୀ ରିୟା ଢ଼ାଳି (ଅଂଚଳା ୟୁ. ଭି ନମ୍ବର ୨୩)ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ଶିକ୍ଷକ ଶ୍ରୀ ଶୈଖ ନାସିରୁଦ୍ଦିନ, ଶ୍ରୀ ବୈକୁଣ୍ଠନାଥ ସେନାପତି, ପଦ୍ମାବତୀ ପରଜା, ଲିଜା ଗୁଇଁ, ନିବେଦିତା ସ୍ୱାଇଁ, ସବିତା ଭତ୍ରା, ନିବେଦିତା ସ୍ୱାଇଁ (ପି. ଇ. ଟି ),ସଂଗୀତା ବିଶ୍ୱାସ, ପ୍ରଦୀପ କୁମାର ସାମଲ, ମିହିର କୁମାର ଦାସ, ବିରଞ୍ଚି ସୁନାନୀ,ଦେବାଂଶୁ ଶେଖର ଜେନା, ପ୍ରଭୁଭକ୍ତ ଅରବିନ୍ଦ ଲେଙ୍କା ସମେତ ବିଦ୍ୟାଳୟ ସଭାପତି ଶ୍ରୀ ସରୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଶ୍ରୀ ବିରଞ୍ଚି ସୁନାନୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା।

Leave A Reply

Your email address will not be published.