ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ:ଅଭିଯୁକ୍ତ ଗିରଫ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ମଶାଣି ସାହିର ଜଣେ ଯୁବକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ଯୁବକ ଜଣକ କୋମଣ୍ଡ ମଶାଣି ସାହିର ପବିତ୍ର ଦଳେଇ (୧୯) ।ଅଭିଯୋଗ ଅନୁଯାୟୀ କୋମଣ୍ଡ ଅଞ୍ଚଳର ଜଣେ ନାବାଳିକା ଗତ ଏପ୍ରିଲ ୨ ତାରିଖରୁ ନିଖୋଜ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା ।ଓଡ଼ଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।ପରେ ଫୋନ ଟ୍ରାକିଂ କରି ଖୋଜିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲେ ମଧ୍ୟ ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁଁ ଠାବ କରିବା ସମ୍ଭବ ହୋଇନଥିଲା । ଗତ ୨୧ ତାରିଖ ରାତିରେ ଓଡ଼ଗାଁ ପୋଲିସ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ ବିଜୟୱାଡା ମଧ୍ୟବର୍ତ୍ତୀ ଶ୍ୟାମପୁରମ ଠାରେ ନାବାଳିକା ଓ ପବିତ୍ର କୁ ଠାବ କରି ନିଜ ହେପାଜତକୁ ଆଣିଥିଲେ ।ପୋଲିସ ସେମାନଙ୍କୁ ଓଡ଼ଗାଁ ଆଣି ପଚରଉଚରା କରିବା ପରେ ନିଖୋଜ ମାମଲାଟି ଦୁଷ୍କର୍ମ ମାମଲାରେ ପରିଣତ ହୋଇଥିଲା ।ଉଭୟ ନାବାଳିକା ଓ ପବିତ୍ର ର ଡାକ୍ତର ମଇନା କରାଯାଇ ମାଜିଷ୍ଟ୍ରେଟ ଙ୍କ ନିକଟରେ ନାବାଳିକା ର ବୟାନ ରେକର୍ଡ କରାଯାଇଛି। ଅପହରଣ, ଯୌନ ନିର୍ଯାତନା ନିରୋଧ ଓ ଦୁଷ୍କର୍ମ ମାମଲାରେ ପବିତ୍ର କୁ ଗିରଫ କରାଯାଇଥିଲା ।

ad-week
Leave A Reply

Your email address will not be published.