ଗୋପବନ୍ଧୁ ସେବା ସମିତି ର ପ୍ରଥମ ବାର୍ଷିକ ଉତ୍ସବ…

add-all


ଚିକିଟୀ — ଏହି ଅଞ୍ଚଳର ଗୋପବନ୍ଧୁ ସେବା ସମିତି ତାହାର ପ୍ରଥମ ବାର୍ଷିକ ଉତ୍ସବ ଚିକିଟୀ ବ୍ଲକ ଅନ୍ତର୍ଗତ ବାହିନୀପତି ସ୍ଥିତ ଗୋପାଳକୃଷ୍ଣ ସେବାଶ୍ରମ ଠାରେ ରବିବାର ଦିନ ମହା ଆଡମ୍ବରରେ ପାଳନ କରିସାରିଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ରଣାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା, ଵିଆରସିସି ନିଗମାନନ୍ଦ ପଣ୍ଡା, ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଓ ଉପସଭାପତି ଗୋପୀନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେବା ମଧ୍ୟମରେ ସମାଜର ଗରିବ, ନିଷ୍ପେସିତ ଓ ନିରାଶ୍ରୟ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ଲାଗି ଅଞ୍ଚଳର କିଛି ଯୁବକ ଏକ ବର୍ଷ ପୂର୍ବେ ଏହି ସମିତି ଗଢ଼ି ତୋଳିଥିଲେ ଯାହା ଆଜି ବହୁ ଯୁବକଙ୍କ ସହଯୋଗରେ ଏକ ବିରାଟ ବୃକ୍ଷରୂପେ ପରିଣତ ହୋଇ ନିଜସ୍ଵ ଅଳ୍ପ ବହୁତ ଅର୍ଥ ଅନୁଦାନ ରେ ବହୁ ଗରିବ ଲୋକ, ଆର୍ଥିକ ଅନଗ୍ରସର ପରିବାର, ଦୁରାରୋଗ୍ୟ ପୀଡିତ ବ୍ୟକ୍ତି ଓ ଅନାଥ ପିଲାଙ୍କ ନିକଟରେ ପହଞ୍ଚି ବିଭିନ୍ନ ପ୍ରକାର ସେବା ସହଯୋଗ ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ସହ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ଚିକିଟୀ ଓ ଆଖ ପାଖ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ହୋଇପାରିଛି। ସମିତିର ଏହି ଭଳି କାର୍ଯ୍ୟଧାରା ଓ ସମାଜ ସେବା ଚିନ୍ତାଧାରା କୁ ଅତିଥି ମାନେ ଭୃୟସୀ ପ୍ରଶଂସା କରିବା ସହ ସମିତିର ଦୀର୍ଘାୟୁ କାମନା କରିଥିଲେ। ତା ପରେ ପରେ ଅତିଥି ମାନେ ସେବାଶ୍ରମ ର ପିଲାମାନଙ୍କୁ ଗୋପବନ୍ଧୁଙ୍କ ଜୀବନ କାହାଣୀ, ସେବା ଚିନ୍ତାଧାରା, ଉତ୍ତମ ମଣିଷର ଲକ୍ଷ୍ୟ ଓ ନିଜେ ଜଣେ କିପରି ଭାବେ ସମାଜରେ ଭଲ ମଣିଷ ହୋଇପାରିବ ତାହା ଉପରେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଚଳିତ ଶିକ୍ଷ୍ୟା ବର୍ଷରେ ଚିକିଟୀ ଓ ପାତ୍ରପୁର ବ୍ଳକ ର ଦଶମ ଏବଂ ଦ୍ଵାଦଶ ଶ୍ରେଣୀରେ ଟପ୍ପର ଓ ଏ -1 ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ପାଦକ ପ୍ରସାଦ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ, ସମିତି ସଦସ୍ୟ ଗୌତମ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ସମିତିର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟୀ ସଫଳ ରୂପାୟନ ହୋଇପାରିଥିଲା।

ad-week
Leave A Reply

Your email address will not be published.