ବ୍ରହ୍ମପୁର ଏମକେସିଜିରେ ଉତ୍ତେଜନା : ରୋଗୀ ମୃତ୍ୟୁବରଣକୁ ନେଇ ଉତ୍ତେଜନା

youtube

ବ୍ରହ୍ମପୁର : ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦକୁ ନେଇ ମଙ୍ଗଳବାର ଏମକେସିଜିରେ ପାଟିତୁଣ୍ଡ ହୋଇଛି। ଘଟଣା ସ୍ଥଳରେ ମେଡିକାଲ ଫାଣ୍ଡି ପୁଲିସ ପହଞ୍ଚି ମୃତ ଯୁବତୀଙ୍କ ପରିବାରକୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପରିବାର ପକ୍ଷରୁ ରାଜି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଆସିକା ଥାନା ଅନ୍ତର୍ଗତ ପୁଲସରପଲ୍ଲୀ ଗ୍ରାମର ୨୦ ବର୍ଷୀୟ ଯୁବତୀ ଗାୟତ୍ରୀ ଜେନାଙ୍କ ବାନ୍ତି ସହ ହାତଗୋଡ ବଙ୍କା ହୋଇଯାଇଥିଲା। ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଆସିକା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଗାୟତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମକେସିଜି ମେଡିକାଲରୁ ଡାକ୍ତର ସ୍ଥାନାନ୍ତରିତ କରିଥିଲେ। ଏମକେସିଜି ମେଡିକର ଆଶୁ ଚିକିତ୍ସା ବିଭାଗରେ ଗାୟତ୍ରୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ମୃତ ଦେହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର ପକ୍ଷରୁ ରାଜି ହୋଇନଥିଲେ। ଏହାକୁ ନେଇ କିଛି ସମୟ ଧରି ମେଡ଼ିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲେ। ପରେ ପୁଲିସ ଆସି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Leave A Reply

Your email address will not be published.