ଆଦାନୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର : ସଂଗ୍ରହ ହେଲା ୧୩୦ ରୁ ଉର୍ଦ୍ଧ ୟୁନିଟ ରକ୍ତ

add-all

ଛତ୍ରପୁର: ୨୪-୦୬-୨୦୨୫: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆଜି ଗୋପାଳପୁର ବନ୍ଦର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଦାନୀ ଗୃପ ଚେୟାରମ୍ୟାନ୍ ଶ୍ରୀ ଗୌତମ ଆଦାନୀଙ୍କ ୬୩ ତମ ଜନ୍ମ ଦିବସ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥ‌ିରେ ୧୩୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ପୋର୍ଟ କର୍ମକର୍ତ୍ତା, ଶ୍ରମିକ, ପରିବାର ସଦସ୍ୟ ଏବଂ ବନ୍ଦର ସହଯୋଗୀ ବ୍ୟାପକ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମାଜର କଲ୍ୟାଣ ନିମନ୍ତେ ରକ୍ତଦାନ କରିଥିଲେ।

ଆଦାନୀ ଫାଉଣ୍ଡେସନ ଓ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ୍ କଲେଜ ବ୍ଲଡ଼ବ୍ୟାଙ୍କ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ଆଦାନୀ ଗୃପ ପକ୍ଷରୁ ଶ୍ରୀ ସଞ୍ଜୀବ କୁମାର ଗୁପ୍ତା ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଗୋପାଳପୁର ବନ୍ଦରର ବ୍ୟବସାୟ ମୁଖ୍ୟ ଶ୍ରୀ ସନ୍ଦୀପ ଜୟସୱାଲ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଡକ୍ଟର ମନୋଜ ଟୁଡୁ, ଗୋପାଳପୁର ବନ୍ଦରର ଶ୍ରୀ ଅଜିତ ପିଶରୋଡି, ଅପରେଶନ ମୁଖ୍ୟ, ଶ୍ରୀ ସତ୍ୟଜିତ ରଥ, ମାନବ ସମ୍ବଳ ମୁଖ୍ୟ, ଶ୍ରୀ ଦେବଦତ୍ତ ମିଶ୍ର ସିଏସ୍ଆର୍ ମୁଖ୍ୟ ସହ ବହୁ ସ୍ଵେଚ୍ଛାସେବି ଉପସ୍ଥିତ ରହିଥିଲେ। ଗୋପାଳପୁର ପୋର୍ଟର ବହୁ କର୍ମକର୍ତ୍ତା ବେଶ୍ ଅନୁପ୍ରାଣିତ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଏବଂ ସମସ୍ତଙ୍କର ମିଳିତ ପ୍ରୟାସ ଯୋଗୁ ୧୩୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି ।

ଏହି ବୃହତ ରକ୍ତ ଦାନ ଶିବିରକୁ ଉଦଘାଟନ କରି ଶ୍ରୀ ସଞ୍ଜୀବ କୁମାର ଗୁପ୍ତା କହିଛନ୍ତି ଯେ ରକ୍ତଦାନ ଅନେକ ସମୟରେ ଜୀବନ ଦାନ ସଦୃଶ ଭାବେ କାମ କରିଥାଏ। ଆଦାନୀ ପରିବାର ଏହି ଚିନ୍ତାଧାରା ପ୍ରତି ସର୍ବଦା ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ରକ୍ତଦାନ ଅଭିଯାନ ସମୟରେ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାଏ। ସମାଜ କଲ୍ୟାଣ ପାଇଁ ଆଦାନୀ ଗୃପର ପ୍ରତିବଦ୍ଧତା ତଥା ଗୋପାଳପୁର ବନ୍ଦରରେ ରକ୍ତଦାତାଙ୍କ ମଧ୍ୟରେ ରକ୍ତଦାନର ସ୍ୱେଚ୍ଛାକୃତ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ।

ଏହି ରକ୍ତଦାନ ଶିବିରକୁ ଉତ୍ସର୍ଗୀକୃତ ଭାବେ ସମ୍ପାଦନ କରିଥିବା ହେତୁ ଶ୍ରୀ ଗୁପ୍ତା ଏମକେସିଜି ମେଡିକାଲ୍ ବ୍ଲଡ଼ବ୍ୟାଙ୍କର ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।

ad-week
Leave A Reply

Your email address will not be published.