ମା ବାଙ୍କେଶ୍ୱରୀ ଦେବୀ ଙ୍କ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ…

add-all


ଚିକିଟୀ-ଏହି ବିଜ୍ଞାପିତ ଅଞ୍ଚଳ ଚିକିଟୀ ପେଣ୍ଠ ବକ୍ସି ବାଜାର ନୂଆ ସାହି ସ୍ଥିତ ମଁl ବାଙ୍କେଶ୍ୱରୀ ଦେବୀଙ୍କ ମନ୍ଦିରରେ ୨୬. ୦୬. ୨୦୨୨ ରବିବାର ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଥିଲା |ଆଜି ତା ୨୪. ୦୬. ୨୦୨୫ରିଖ ମଙ୍ଗଳବାର ମାଙ୍କ ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇଯାଇଛି|ଏହି ଅବସରରେ ପ୍ରାତଃ ରେ ପୀଠରେ ପୂଜା ପାଉଥିବା ଭଗବତୀ ମା ବାଙ୍କେଶ୍ୱରୀ, ମା ମାଣିକେଶ୍ବରୀ, ମା ମଙ୍ଗଳା ଙ୍କ ମହାସ୍ନାନ କରାଯାଇ,ରାଜ ଉପଚାର ପୂଜା,ସହସ୍ର ବିଲ୍ଵାର୍ଚ୍ଚନା,କୁଙ୍କୁମାର୍ଚ୍ଚନା ସାଙ୍ଗକୁ ହୋମ ଯଜ୍ଞାଦି ଅନୁଷ୍ଠିତ ହୋଇଥିଲା |ସନ୍ଧ୍ୟାରେ ମହା ଆଳତି ପରେ ଜଗତ କଲ୍ୟାଣ ନିମନ୍ତେ ୧୧୧୧୧ଦୀପ ପ୍ରଜ୍ବଳନ କରାଯାଇଥିଲା | ଏହି ଅବସର ରେ ସ୍ଥାନୀୟ ବିଧାୟକ ପାର୍ଥି ଚିନ୍ମୟା ନନ୍ଦ ଶ୍ରୀରୁପ ଦେଓ ଓ ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଉପସ୍ଥିତ ହୋଇ ମା ଙ୍କ ଦର୍ଶନ କରି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଅଧ୍ୟକ୍ଷା ପ୍ରତିନିଧି ରଘୁନନ୍ଦନ ସାହୁ, ଅକ୍ଷୟ ସାହୁ, ସତ୍ୟବାନ ସାହୁ, ହରିକୃଷ୍ଣ ସାହୁ, ନରୀ ବେହେରା, ରାଧେଶ୍ୟାମ, ସ୍ୱରାଜ, କମଲ, ସନୁ ରାଉଳ ଙ୍କ ସମେତ ବହୁ ଯୁବ ପିଢ଼ି ସାମିଲ ଥିଲେ। ମୁଖ୍ୟ ପୂଜକ ସୁନୀଲ ସାହୁ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ପଣ୍ଡିତ ଶ୍ରୀ ମନତୋଷ ପାଢ଼ୀ ଙ୍କ ମନ୍ତ୍ର ଧ୍ଵନି ରେ ପୀଠ ପ୍ରକମ୍ପିତ ହେଉଥିବା ବେଳେ ଶଶୀ ଭୂଷଣ ମହାପାତ୍ର ପୁଜାପାଠ ରେ ସହଯୋଗ କରିଥିଲେ | କର୍ତ୍ତା ଭାବେ ପ୍ରଫୁଲ୍ଲ ବେହେରା ଓ ତାଙ୍କ ସହଧର୍ମିଣୀ ମୁନିମା ବେହେରା ପୁଜାରେ ବସିଥିଲେ। ହାରିବନ୍ଧୁ ସେଠି, ସାଗର ସାହୁ, ଶଙ୍କର ସାହୁ, ବାଙ୍କ ସେଠି, ମୋନଜ ସାହୁ, ବଣ୍ଟି ସାହୁ, ସାନ୍ତୁନୁ ସାହୁ ପ୍ରମୁଖ ଯୁବଗୋଷ୍ଠୀ ପରିଚାଳନା ରେ ସହଯୋଗ କରିଥିଲେ। ମନ୍ଦିର ଏକ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଥିବା ବେଳେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି |

ad-week
Leave A Reply

Your email address will not be published.