୧୦ ଅପରାଧିକଙ୍କ ଘର ସମ୍ମୁଖରେ ଲଟକା ଜାରୀକଲା ହିଞ୍ଜିଳି ପୁଲିସ

add-all

ହିଞ୍ଜିଳିକାଟୁ : ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ରହୁଥିବା ଫେରାର ଦୁର୍ଦ୍ଧାନ୍ତ ଅପରାଧୀଙ୍କ ଘର ସମ୍ମୁଖରେ ଲଟକା ଜାରୀ କରାଯାଇଛି। ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧି ମାନେ କୋର୍ଟରେ ହାଜର ହେଉନାହାନ୍ତି। ଏଣୁ ସେମାନଙ୍କ ନାମରେ ଓ୍ବାରେଣ୍ଟ ଜାରୀ କରାଯାଇଥିଲା । ଏ‌ହା ସତ୍ତ୍ୱେ ସେମାନେ କୋର୍ଟରେ ହାଜର ହୋଇନଥିଲେ। ଏଣୁ ସେମାନଙ୍କୁ ପଳାତକ ଘୋଷଣା କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲଟକା ଜାରୀ କରାଯାଇଛି। ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ଵାବଧାନରେ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ, ସୁନିଲ କଣ୍ଡାଗୋରି, ରଶ୍ମି ରଞ୍ଜନ ସାମଲ, ଏଏସଆଇ ବୈକୁଣ୍ଠନାଥ ଜେନା, ଅନନ୍ତ ଶବର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, କୈଳାସ ମଲ୍ଲିକ, ଦଣ୍ଡପାଣି ମଲ୍ଲିକ, ପ୍ରମୁଖ ହିଞ୍ଜିଳିକାଟୁ ପୌରାଞ୍ଚଳର ୩, ହିଞ୍ଜିଳି ଥାନା ସୋନପୁରର ୨, ସିକିରିର ୨, ଲେଙ୍କାଖାଲି, ବଉଳଘାଇ ଓ ପଥରପୁଞ୍ଜି ଗ୍ରାମର ଜଣେ ଲେଖାଏଁ ଅପରାଧୀଙ୍କ ଘର ସମ୍ମୁଖରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବା ସହ ଲଟକା ଜାରୀ କରାଯାଇଛି। ଲଟକା ଜାରୀ ହେବାର ୧ ମାସ ମଧ୍ୟରେ ସଂପୃକ୍ତ ଅପରାଧି ମାନେ କୋର୍ଟରେ ହାଜର ନହେଲେ ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ନୋଟିସ କରାଯାଇଛି। ଆଗକୁ ଏଭଳି ପ୍ରକ୍ରିୟା ଜାରୀ ରହିବ ବୋଲି ଥାନା ଆଇଆଇସି ସେଠି କହିଛନ୍ତି।

ad-week
Leave A Reply

Your email address will not be published.