ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ମହିଳା ନିର୍ଯାତନା ବିରୋଧରେ ଛାତ୍ର ଆନ୍ଦୋଳନ

youtube


ଉମରକୋଟ : ଓଡ଼ିଶାର ଗୋପାଳପୁର ବେଳାଭୂମିରେ ଛାତ୍ରୀ ଗଣ ଦୁଷ୍କର୍ମ ଓ ମହିଳା ନିର୍ଯାତନା ବିରୁଦ୍ଧରେ ରାଜ୍ୟ ଵ୍ୟାପୀ ଛାତ୍ର ଆନ୍ଦୋଳନର ଅଂଶ ଭାବରେ ଉମରକୋଟ ଅଞ୍ଚଳର ପେନ୍ଡ୍ରାଣୀ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ର ଉପସ୍ଥିତ ହୋଇ ବିଜେପି, ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ଏହି ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀମାନେ ପୋଷ୍ଟର, ଦାବିପତ୍ର ଏବଂ ସ୍ଲୋଗାନ ମାଧ୍ୟମରେ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଛାତ୍ରୀ ଏବଂ ନାରୀ ନିର୍ଯାତନାରେ ଏକ ନମ୍ବର ବି, ଜେ, ପି, ସରକାର, ଦିନକୁ ୧୫ ମହିଳା ନିର୍ଯାତନା ଡବଲ ଇଞ୍ଜିନ ସରକାର ଡବଲ ଯାତନା, ବର୍ଷ ଏକ ଛାତ୍ରୀ ମହିଳା ନିର୍ଯାତନା ଅନେକ ଏହି ପରି ସବୁ ପୋଷ୍ଟରମାନ ଧରି ଗଭୀର ପ୍ରତିବାଦ କରିଛନ୍ତୁ ଛାତ୍ରଛାତ୍ରୀମାନେ। ସେମାନଙ୍କର ମୁଖ୍ୟ ଦାବିରେ ଅପରାଧୀଙ୍କ ଉପରେ ଦ୍ରୁତ କାର୍ଯ୍ୟନୁଷ୍ଠାନ, ମହିଳାଙ୍କ ସୁରକ୍ଷା ପାଇଁ ମଜବୁତ ନୀତି ଗଠନ ଓ ଶିକ୍ଷାନୁଷ୍ଠାନ ଭିତରେ ସୁରକ୍ଷା ବୃଦ୍ଧି ଅନ୍ତର୍ଭୁକ୍ତ ଅଛି। ଏହି ଉଚ୍ଚ ପେନ୍ଡ୍ରାଣୀ ମାଧ୍ୟମିକ ବିଧ୍ୟାଳୟର ଶିକ୍ଷକମାନେ ମଧ୍ୟ ଏହି ଶାନ୍ତିପୂର୍ଣ ପ୍ରତିବାଦକୁ ନୈତିକ ସମର୍ଥନ ଦେଇଛନ୍ତି।

ଏହି ଆନ୍ଦୋଳନ ମାଧ୍ୟମରେ ଚାଲିଛି ରାଜ୍ୟରେ ବର୍ତମାନ ବି, ଜେ, ପି,ଡବଲ ଇଞ୍ଜିନ ମୋହନ ସରକାରଙ୍କ ପାଇଁ ଏକ ସ୍ପଷ୍ଟ ଜଣେଇ, ମହିଳାଙ୍କ ସୁରକ୍ଷା ବିଷୟରେ ଆଉ ଚୁପ ରହିବେ ନାହିଁ ଓଡ଼ିଶାର ଝିଅ ଓ ଛାତ୍ରଛାତ୍ରୀମାନେ କହି, ଉମରକୋଟ ପେନ୍ଡ୍ରାଣୀ ମାଧ୍ୟମିକ ଉଚ୍ଚ ବିଧ୍ୟାଳୟର ଛାତ୍ରଛାତ୍ରୀମାଙ୍କର ଆଜିର ଏହି ଗଭୀର ପ୍ରତିବାଦ।

Leave A Reply

Your email address will not be published.