ଗାଙ୍ଗପୁର ଥାନା ଇଲାକାରେ ନେତାଙ୍କ ସମର୍ଥକ ମାନଙ୍କ ଆତଙ୍କ ରାଜ…..!

ପୋଲିସ ର କାର୍ଯ୍ୟକାରୀତା ଉପରେ ସନ୍ଦେହ…!!

youtube

ଖଣ୍ଡା ଧରି ଗୋଡ଼ାଇ ଗୋଡ଼ାଇ ବିଜେଡ଼ି କର୍ମୀ ଙ୍କୁ ହାଣିଲେ…..!
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଖଣ୍ଡରା ବଳି ଗ୍ରାମରେ ଶାସକ ଦଳର ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡ଼ି କର୍ମୀଙ୍କୁ। ଆଜି ସକାଳେ ଗାଙ୍ଗପୁର ଥାନା ଇଲାକାର ଖଣ୍ଡରାବଳି ଗ୍ରାମରେ ବସନ୍ତ ବିଷୋୟୀ ନାମକ ବ୍ୟକ୍ତିଙ୍କୁ କିଛି ବ୍ୟକ୍ତି ହାତରେ ଖଣ୍ଡାଧରି ଆକ୍ରମଣ କରିଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଦୁର୍ବୁତ୍ତ ମାନେ ହାତରେ ଖଣ୍ଡା ଧରି ଗାଁ ଦାଣ୍ଡରେ ବୁଲୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। ବସନ୍ତ ବିଷୋୟୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସଂଘବଦ୍ଧ ଆକ୍ରମଣ ଯୋଗୁଁ ଗାଁ ରେ ଉତ୍ତେଜନା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ି ବାରେ ଲାଗିଛି। ଅପରାଧ ତତ୍ତ୍ୱ ମାନଙ୍କୁ ସ୍ଥାନୀୟ ନେତାଙ୍କ ସହଯୋଗ ରହୁଥିବା ଯୋଗୁଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଯୋଗୁଁ ଗାଁ ଗାଁ ରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ନୂତନ ସରକାର ଆସିବା ପରେ ମାଫିଆ ମାନେ ଖୁଲାମ ଖୁଲା ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପୋଲିସ କାହା ଚାପ ରେ ନୀରବ ତାହା ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ l ପୋଲିସ କାହାକୁ ଦେଉଛି ସୁରକ୍ଷା..? ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଅନୁରୋଧ କରା ଯାଇଛି l ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନ କ୍ଷେତ୍ର ବର୍ତ୍ତମାନ ଚର୍ଚ୍ଚା ରେ ବିଧାୟକ ଙ୍କ ଛତ୍ର ଛାୟା ତଳେ ମାଫିଆ ମାନେ ରାଜ କରୁଛନ୍ତି, ଚୋରା ମଦ ଚାଲାଣ, ଚୋରା ବାଲି ଚାଲାଣ ରେ ଶୀର୍ଷ ରେ ଆସିକା ବିଧାନସଭା କ୍ଷେତ୍ର ଯାହା ଫଳରେ ସାଧାରଣ ଜନତା କୁ ସୁରକ୍ଷା ଦେବାରେ ବିଫଳ ପୋଲିସ ତେଣୁ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.