ନବରଙ୍ଗପୁରଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ

youtube

ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ସାଂସଦ (ଲୋକସଭା ) ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମାନ୍ୟବର ସାଂସଦ ( ରାଜ୍ୟସଭା) ମୁଜି ବୁଲ୍ଲା ଖାଁ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରାଂଧାରି,ମାନ୍ୟବର ବିଧାୟକ ଝରି ଗାଁ ନରଶିଂ ଭତରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତ୍, ପୌରପାଳିକା ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ,ପୌରପାଳିକା ଉମରକୋଟ ରାଧା ଭତରା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ।ଗତ ୪.୩.୨୦୨୫ ରେ ଅନୁଷ୍ଠିତ ଦିଶା ବୈଠକ ର ବିଭିନ୍ନ ବିଭାଗର ଉତ୍ତର କୁ ଗୃହ ରେ ପାଠ କରାଯାଇଥିଲା।

ନୂତନ ରକ୍ତ ବ୍ୟାଙ୍କ,୩୬ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନ ଓ କାର୍ଯ୍ୟନ୍ତର,ବାଲ୍ୟ ବିବାହ ପ୍ରତିରୋଧ,ବିଶେସଜ୍ଞ ଡାକ୍ତର ନିଯୁକ୍ତି, ସିକିଲ ସେଲ ରୋଗର ନିରାକରଣ, ରାସାୟନିକ ସାରର ବ୍ୟବହାର ପରିବର୍ତ୍ତେ ଜୈବିକ ସାର ର ବ୍ୟବହାର, ମିଶ୍ରିତ ଚାଷ,ଅଧିକ ମୃତ୍ତିକା କାର୍ଡ ପାଇଁ ପଦକ୍ଷେପ, ପଞ୍ଜୀକୃତ ବିହନ,ହିର୍ଲି ଠାରେ ବି ଇ ଡି କଲେଜ,୩ କୋଟି ଅନୁଦାନରେ ପାଠାଗାର ସ୍ଥାପନ,ଶିକ୍ଷକ ବଦଳି,ମେଗା ପାଇପ ଜଳ ଯୋଗାଣ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟକାରିତା, ଦକ୍ଷତା ବିକାଶ ମେଳା ଓ କର୍ମ ସଂସ୍ଥାନ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ନିଜର ଉତ୍ତର ରଖିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନେ ବିଶେଷ ଭାବେ ନିଜ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ ଓ ମାନ କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେଭଳି ଜଳ ଯୋଗାଣ,ବିହନ ଅଭାବ,ସାର,ଡାକ୍ତର ଅଭାବ,ଆୟୁଶ୍ମାନ କାର୍ଡ ପ୍ରଦାନ ଉପରେ ଅଭିଯୋଗ କରିଥିଲେ।ବୈଠକରେ ସାଂସଦ ଶ୍ରୀଯୁକ୍ତ ମାଝୀ ଜାତୀୟ ସ୍ବାସ୍ଥ୍ୟ ମିଶନ,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ,ଜଳ ଜୀବନ ମିଶନ, ଭାରତ ମାଲା ପ୍ରକଲ୍ପ, ଜାତୀୟ ଖାଦ୍ୟ ସୁରକ୍ଷା,ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା,ବେଟି ବଚାଓ ବେଟି ପଢ଼ାଓ,ଜୀବିକା ମିଶନ,ମନରେଗା ଭଳି ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ସମ୍ପର୍କିତ କାର୍ଯ୍ୟ ର ଅଗ୍ରଗତି ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶ୍ନ ପଚାରିଥିଲେ।

Leave A Reply

Your email address will not be published.