ମାଲକାନଗିରିରୁ ହାଇଦ୍ରାବାଦକୁ ସଂଯୋଗ କରୁଥିବା ସୀମାନ୍ତ ରାସ୍ତା ଅବସ୍ଥା ଶୋଚନୀୟ

add-all

ମାଲକାନଗିରି, ୨୬।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ହାଇଦ୍ରାବାଦ କୁ ମୋଟୁ ଠାରୁ ଚିନ୍ତୁର ଦେଇ ଆନ୍ଧ୍ରକୁ ସଂଯୋଗ ରାସ୍ତା ଅବସ୍ତା ଶୋଚନୀୟ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ଅବସ୍ତା ଶୋଚନୀୟ ହୋଇ ପଡିଥିବା ବେଳେ ଲୋକେ ଯାତାୟତରେ ନାହି ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଜିଲ୍ଲାରୁ ଚିନ୍ତୁର ଦେଇ ନୀତି ପ୍ରତିଦିନ ଅନେକ ଲୋକେ ଆନ୍ଧ୍ର ପ୍ରଦେଶକୁ ଯାତାୟତ କରୁଥିବା ବେଳେ ଏହି ରାସ୍ତା କାର୍ଯ୍ୟ ନିର୍ମାଣ ଧଇଁ ଥିବାରୁ ବର୍ଷା ଯୋଗୁଁ ଏହି ରାସ୍ତା ଦେଇ ଲୋକେ ଯାତାୟତ କରି ପାରୁ ନାହାନ୍ତି। ଫଳରେ ଅନେକ ଭାରି ଯାନ ଓ ଯାତ୍ରୀ ବାହୀ ଯାନ ଗୁଡିକ ପଙ୍କ କାଦୁଅରେ ଫସି ଯାଉଥିବା ଦେଖିବାକୁ ମିଳିଛି। ରାସ୍ତାଟି କାଦୁଅରେ ପରିପୂର୍ଣ ହୋଇଥିବାରୁ ଗାଡି ଗୁଡିକ ଯାତାୟତ କରିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ ଅନେକ ଗାଡି ଦୀର୍ଘ ସମୟ ଧରି ରାସ୍ତାରେ ଅପେକ୍ଷା କରି ରହୁଥିବା ଦେଖାଯାଇଛି। ପ୍ରତିବର୍ଷ ଏହି ରାସ୍ତାରେ ଏପରି ସ୍ଥିତି ଉପୁଜୁଥିବା ବେଳେ ରାସ୍ତା ମରାମତି କାର୍ଯ୍ୟ ସେସ ହୋଇ ନଥିବାରୁ ଲୋକେ ଏହି ସମସ୍ୟା ବର୍ତ୍ତମାନ ମଧ୍ୟ ଭୋଗୁ ଥିବା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.