ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ

add-all

ହିଞ୍ଜିଳିକାଟୁ : ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ସହ ଚୋରୀ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ଲୁଟେରାଙ୍କୁ ଗିରଫ କରିବା ହିଞ୍ଜିଳି ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଥିଲା। ଗତ ୩ ଦିନ ଧରି ହିଞ୍ଜିଳି ପୁଲିସ ଗୋଟିଏ ପରେ ଗୋଟିଏ ଲୁଟ୍ ଘଟଣା ପର୍ଦ୍ଦାଫାଶ କରିବା ସହ ଲୁଟେରା ମାନଙ୍କୁ ଗିରଫ କରିବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ରହିଥିବା ଏକ ଷ୍ଟୋର ରୁମରୁ କୈାଣସି ଦୃବୁର୍ତ୍ତ ପାଣି ମୋଟର, ଲୁହା ପିଲର ପ୍ଲେଟ୍ ସହ କିଛି ଘରକରଣା ସାମଗ୍ରୀ ଲୁଟ୍ କରି ଫେରାର ହୋଇଯାଇଥିଲେ।

ଶନିବାର ସକାଳେ ଠିକାଦାର ବ୍ରହ୍ମପୁର ସଦରଥାନା ବଉଳକଝୋଳି ଗ୍ରାମର ଘଟଣା ସ୍ଥଳରେ ପହଞ୍ଚି ଷ୍ଟୋର ରୁମରୁ ଚୋରୀ ହୋଇଥିବା ଜାଣିପାରି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୫୧୯/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁ ଘଟଣାର ତଦନ୍ତ ଚଳାଇଥିଲେ।‌ ରବିବାର ଭୋରରୁ ହିଞ୍ଜିଳି ପୁଲିସ ଜଣେ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ବାଲାଜିପେଣ୍ଠ ସାହିର ଶୁଭମ୍ ମହାରଣା (୨୫) ।‌ ଗିରଫ ଯୁବକଙ୍କ ଠାରୁ ୨ଟି ପାଣି ମୋଟର, ୫ଟି ଲୁହା ପିଲର୍ ଫେର୍ମ ଜବତ କରାଯାଇଛି। ଗିରଫ ଯୁବକଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ସଂପୃକ୍ତ ଲୁଟ ଘଟଣାରେ ଅନ୍ୟ କିଛି ଯୁବକ ସଂପୃକ୍ତ ଥିବା ଜଣାପଡିଛି।‌ଘଟଣାର ତଦନ୍ତ ଜାରୀ ରହିଛି।‌ ଯଦି କେହି ସଂପୃକ୍ତ ରହିଛି, ତେବେ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।‌

ad-week
Leave A Reply

Your email address will not be published.