ପ୍ରବଳ ବର୍ଷା ଯୋଗୁଁ ୨୪ ଘଣ୍ଟା ପାଇଁ ସ୍ଥଗିତ ହେଲା ଚାରିଧାମ ଯାତ୍ରା

add-all

ବଡ଼କୋଟ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ଏହି ସମୟରେ ଯମୁନୋତ୍ରୀ ଜାତୀୟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ବନ୍ଦ ରହିଛି।

ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ଏହି ସୂଚନା ଦେଇଛନ୍ତି। ପାଗରେ ସୁଧାର ନ ଆସିବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି କ୍ରମରେ ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗର ଭଳି ପ୍ରମୁଖ ସ୍ଥାନରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀମାନଙ୍କୁ ଅଟକାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.