ବାଲି ବୋଝେଇ ହାଇଓ୍ବା ଜବତ, ଚାଳକ ଗିରଫ

add-all

ହିଞ୍ଜିଳିକାଟୁ : ଗତ କିଛି ମାସ ଧରି ହିଞ୍ଜିଳିକାଟୁ, ଆସିକା ଓ ନିକଟବର୍ତ୍ତୀ ଅଞ୍ଚଳର ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି। ପୁଲିସ, ରାଜସ୍ବ ଓ ଖଣି ବିଭାଗ ଅଧିକାରୀମାନେ ଯେତେବେଳେ ଚଢ଼ାଉ କଲେ ମଧ୍ୟ ବାଲିମାଫିଆ ମାନେ ପ୍ରଶାସନ ଆଖିରେ ଧୂଳି ଛାଟି ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରାଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ରାଜସ୍ବ, ପୁଲିସ ପ୍ରଶାସନ ସମେତ ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀ ମାନେ ଚଢ଼ାଉ କରି ବହୁତ ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବା ଜବତ କରିଥିବା ଦେଖିବାକୁ ମିଳିଛି। ତଥାପି ବାଲି ମାଫିଆ ମାନେ ପ୍ରତ୍ୟହ ବିଳମ୍ବିତ ରାତିରେ ନଦୀରୁ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି।

ଶନିବାର ବିଳମ୍ବିତ ରାତିରେ ବଡଗଡ ଋଷିକୂଲ୍ୟା ନଦୀରୁ ଏକ ହାଇଓ୍ବା (ଓଡି୩୨ ଜେ ୦୨୦୦) ବାଲି ଚୋରାଚାଲାଣ କରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ରାତିରେ ହିଞ୍ଜିଳି ପୁଲିସ ପାଟ୍ରୋଲି° କରୁଥିବା ବେଳେ ବାଲି ବୋଝେଇ ହାଇଓ୍ବାକୁ ଅଟକାଇ ଗାଡିର କାଗଜପତ୍ର ତନଖି ଥିଲେ। ବିନା ଟ୍ରାଞ୍ଜିଟ୍ ଫର୍ମରେ ବାଲି ଚାଲାଣ ହେଉଥିବା ଜାଣି ସଂପୃକ୍ତ ବାଲି ବୋଝେଇ ହାଇଓ୍ବାକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକ ଜଣଙ୍କ ହେଲେ ବଡଗଡ ଥାନା ଶରାବାଡି ଗ୍ରାମର ସିଦ୍ଧାନ୍ତ କୁମାର ଭୂୟାଁ (୨୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର- ୫୨୬/୨୫ ରେ ଏକ ମାମଲା ରୁଜୁ କରି ଗିରଫ ଚାଳକଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ରଶ୍ମିରଞ୍ଜନ ସାମଲଙ୍କ ସୂତ୍ରରୁ ପ୍ରକାଶ। ଆଗାମୀ ଦିନରେ ବେଆଇନ ବାଲି ଚୋରାଚାଲାଣ କରୁଥିବା ଗାଡି ଗୁଡିକ ଜବତ କରାଯିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

ad-week
Leave A Reply

Your email address will not be published.