ଉମରକୋଟରେ ‘ମନ କି ବାତ’ କାର୍ଯ୍ୟକ୍ରମ, ସାମୂହିକ ଭାବେ ଶୁଣିଲେ ଗ୍ରାମବାସୀ

youtube

ଉମରକୋଟ, ୨୯/୬: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୨୩ତମ ସଂସ୍କରଣକୁ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବିଭିନ୍ନ ସ୍ଥାନରେ ସାମୂହିକ ଭାବେ ଶ୍ରବଣ କରାଯାଇଛି। ବେହେଡା ମଣ୍ଡଳ ସଭାପତି ଶ୍ରୀ ବୈକୁଣ୍ଠ ଭତରାଙ୍କ ନେତୃତ୍ୱରେ ଭାଲୁଗୁଡ଼ା ଏବଂ ବେହେଡା ଗ୍ରାମପଞ୍ଚାୟତର ନୂଆଗୁଡ଼ାଠାରେ ବହୁ ସଂଖ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ଶୁଣିଥିଲେ।

ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ପ୍ରାନ୍ତରୁ ସଫଳ ଉଦ୍ୟୋଗୀ, ସମାଜସେବୀ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରେରଣାଦାୟୀ କାହାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଏହି ଅବସରରେ ମଣ୍ଡଳ ସଭାପତି ଶ୍ରୀ ବୈକୁଣ୍ଠ ଭତରା ନିଜ ପ୍ରତିକ୍ରିୟାରେ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବର୍ଣ୍ଣିତ ପ୍ରତ୍ୟେକ କାହାଣୀ ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ। ଏଭଳି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଉଛି।” ସେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରପ୍ରସାଦ ପାଣିଗ୍ରାହୀ, ରତନ ଗଣ୍ଡ, ଭାସ୍କର ବାଘ, ଚନ୍ଦନ ଗଣ୍ଡ, ନରସିଂହ ଗଣ୍ଡ, ତ୍ରିନାଥ ଗଣ୍ଡ, ବୀର ଗଣ୍ଡ, ଯଦୁ ଭତରା, ମଙ୍ଗଳ ଭତରା, ପଦନ ବାଘ, ଟି. କମାର, ଗଣେଶ ଗଣ୍ଡ ଏବଂ ଲକି ଭତରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.