ଆସ୍କା ରେ ଚାଲିଛି ଖୁଲାମ ଖୁଲା ସେକ୍ସ ରାକେଟ :ଲର୍ଡ଼ଜ ଓ ହୋଟେଲ ରେ ମିଳୁଛି ମିନିଟ ହିସାବରେ ରୁମ ..!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସୁନ୍ଦରୀ ମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି। ଆସିକା ରେ ସେକ୍ସ ରେକେଟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ ଲର୍ଡ଼ଜ ଓ ହୋଟେଲକୁ କଲେଜ ପଢୁଆ ପୁଅ ଝିଅ ମାନେ କଲେଜ ପୋଷାକ ପରିଧାନ କରି ଯାତାୟାତ ହେଉଥିବା ଦେଖିବାକୁ ମିଳୁଛି। କିଛି ହୋଟେଲ ଓ ଲର୍ଡ଼ଜ ଗୁଡିକରେ ମାତ୍ର ୩୦ ମିନେଟ ପାଇଁ ହଜାରେ ଟଙ୍କା ନିଆଯାଉଛି ବୋଲି ଶୁଣିବାକୁ ମିଳୁଛି। ବିନା ଯାଞ୍ଜ ଓ ବିନା ପରିଚୟ ପତ୍ରରେ ଯୁବକ ଯୁବତୀ ମାନଙ୍କୁ ରହଣି ପାଇଁ ସୁଯୋଗ ମିଳୁଥିବା ଯୋଗୁଁ ଭଞ୍ଜନଗର, ବେଲୁଗୁଣ୍ଠା, ବୁଗୁଡ଼ା, ବାଲି ପଦର, ଶେରଗଡ଼, ସୋରଡ଼ା ଓ ପିତ୍ତଳ ଅଞ୍ଚଳର ବହୁ ଯୁବକ ଯୁବତୀ ମାନେ ଖୁଲାମ ଖୁଲା ଯିବା ଆସିବା ଲାଗି ରହୁଛି। ମୁହଁରେ ଓଢଣୀକୁ ଆଳ କରି ଯୁବକ ଯୁବତୀ ମାନେ ସକାଳ ୮ ଘଣ୍ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ହୋଟେଲ ଓ ଲର୍ଡ଼ଜ ପାଖରେ ଭିଡ଼ ଜମୁଛି। ପ୍ରଶାସନର ନାକ ତଳେ ଏହି ସେକ୍ସ ରେକେଟ ଚାଲୁଛି ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ହୋଟେଲ ଓ ଲର୍ଡ଼ଜ ରେ ସାଧାରଣ ଲୋକ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ହୋଟେଲ ଓ ଲର୍ଡ଼ଜ କୁ ଯୁବକ ଯୁବତୀ ମାନଙ୍କୁ ଆଣିବା ପାଇଁ ଏଜେଣ୍ଟ ଓ ଦଲାଲ ମାନଙ୍କ ସହାୟତା ନିଆଯାଉଥିବା ମଧ୍ୟ ଆଲୋଚନା ହେଉଛି। ଲୋଭର୍ସ ମାନଙ୍କ ପାଇଁ ଆସିକା ସ୍ୱର୍ଗ ପାଲଟିଛି। ବେଳ ଥାଉ ଥାଉ ପ୍ରଶାସନ ପଦକ୍ଷେପ ନନେଲେ ଗୋପାଳପୁର ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ତେଣୁ ପୋଲିସ ପ୍ରଶାସନ ଏଥି ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଅନୁରୋଧ କରୁଛନ୍ତି l

Leave A Reply

Your email address will not be published.