କାହା ଚାତ୍ରଛାୟା ତଳେ ବ୍ରହ୍ମପୁର ଗୁରୁକୁଳ ଶିକ୍ଷାନୁଷ୍ଠାନ :ଶାଗ ମାଛ ଦରରେ ସ୍କୁଲ ନାମରେ ଲିଜରେ ନେଇ ଦୋକାନ ଗୃହ କରି ଦିଆଯାଇଛି ଭଡ଼ାରେ…!

youtube

୯୯ ବର୍ଷୀୟା ଲିଜ ନେବାକୁ ବଡ଼ ଡ଼ିଲ ପାଇଁ ଖସଡ଼ା ପ୍ରସ୍ତୁତ ଚାଲିଛି….!
ବ୍ରହ୍ମପୁର: ଏସିଆ ମହାଦେଶରେ ସମବାୟ ସୂତ୍ରରେ ପରିଚାଳିତ ହୋଇ ପ୍ରଥମ ସ୍ଥାନରେ ରହି ଆସିଛି ଆସିକା ବହୁ ମୁଖି ସମବାୟ ସମିତି (ଏ.ସି.ଏମ.ପି. ସି.ଏସ)। ଏହାର ଅଧୀନରେ ଥିବା ବିଭିନ୍ନ ସମ୍ପତ୍ତି ଉପରେ ଜମି ମାଫିଆ ମାନେ ହଡ଼ପ ପାଇଁ ପ୍ରୟାସ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଛି। ଭାତ ହାଣ୍ଡିରୁ ଗୋଟେ ଭାତ ଚିପୁଡ଼ିଲା ଭଳି ଆମେ ଏହାର ଏକ ନଗ୍ନ ନମୁନା ସମ୍ପର୍କ ରେ କହୁଛି। ବ୍ରହ୍ମପୁର ଗୁଡ଼ସସେଡ଼ ବା ଚାରି ନମ୍ବର ପ୍ଲାଟ ଫର୍ମ ନିକଟରେ ଥିବା ଏକ ଜମିକୁ ୩୦ ବର୍ଷୀୟା ପାଇଁ ଲିଜ ସୂତ୍ରରେ ଗୁରୁକୁଲ ଶିକ୍ଷା ଅନୁଷ୍ଠାନ ନାମରେ ନିଆଇଛି। କୁଆଡ଼େ ୨ ଏକର ୬୪୭ ଡିସି ମିଲି ଉକ୍ତ ଜମି ମାସିକ ମାତ୍ର ୨୫ ହଜାର ଟଙ୍କାରେ ଲିଜ ଦିଆଯାଇଛି। ଶିକ୍ଷା ଅନୁଷ୍ଠାନ ୨ଏକର ୬୪୭ ଜମି ଲିଜ ନେଇଥିଲେ ବି ସେଠାରେ ଥିବା ଅନ୍ୟ ଜମି ତଥା ଆଉ ଦୁଇ ଏକର ସର୍ବ ମୋଟ ଚାରି ଏକର ମଧ୍ୟ ବ୍ୟବହାର ବା କବ୍ଜା କରିଥିବା ନେଇ ଆଲୋଚନା ହେଉଛି। ଉକ୍ତ ଲିଜ ଜମିକୁ ଶିକ୍ଷା ଅନୁଷ୍ଠାନ ନାମରେ ନେଇ ସେଠାରେ ଦୋକାନ ଗୃହ ନିର୍ମାଣ କରି ମାସିକ ହଜାର ହଜାର ଟଙ୍କା ଆଦାୟ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। ଶିକ୍ଷା ଅନୁଷ୍ଠାନ ନାମରେ ନେଇ ବ୍ୟବସାୟୀ ମାନଙ୍କୁ ଭଡ଼ା ସୂତ୍ରରେ ଦେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଅଭିଯୋଗ ହେଉଛି। କୁଆଡ଼େ ଏହି ଜମି ପାଇଁ ଯେଉଁ ଚୁକ୍ତିନାମା ହୋଇଛି, ତାହାର ଖିଲାପ କରି ଚୁକ୍ତିନାମା ପ୍ରକାର ଟଙ୍କା ପୈଠ ହୋଇନଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏଭଳି

ପରସ୍ଥିରେ ଯେଉଁ ଜମି ୩୦ ବର୍ଷ ପାଇଁ ଲିଜରେ ନେଇ ବର୍ତ୍ତମାନ ସଵ ଲିଜରେ ଦୋକାନ ଗୃହକୁ ଭଡ଼ାରେ ଦିଆଯାଇଛି ବୋଲି ଅଭିଯୋଗ ଆସୁଛି। ଏବଂ ଚୁକ୍ତିନାମା ପ୍ରକାରେ ମଧ୍ୟ ପୂର୍ବ ବକେୟା ଥାଇ ପୁଣି ଯେଉଁ ଜମି କୁ ପୂର୍ବରୁ ୩୦ ବର୍ଷ ପାଇଁ ଲିଜ ରେ ନିଆଯାଇଛି, ସେ ଜମି ନିକଟରେ ବଳକା ଜମିକୁ ଖେଳ ପଡିଆ ପାଇଁ ଆବଶ୍ୟକତା ଅଛି ବୋଲି ଶାଗ ମାଛ ଦରରେ ବଳକା ଜମି ୯୯ ବର୍ଷୀୟା ନେବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଆଲୋଚନା ହେଉଛି। କୋଟି କୋଟି ଟଙ୍କାର ସମ୍ପତ୍ତି କୁ ଶାଗ ମାଛ ଦରରେ ହାତେଇବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅନ୍ଧାରରେ ରଖି ଉକ୍ତ ଫାଇଲ କୁ ଭୁବନେଶ୍ୱର ପଠେଇ କାଗଜ ପତ୍ର ଠିକଠାକ ଦର୍ଶେଇବାକୁ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚାର ପରିସରକୁ ଆସିଛି। ଶିକ୍ଷା ଅନୁଷ୍ଠାନ ନାଁ ରେ ଜମି ଲିଜରେ ଆଣି ପଞ୍ଜିକରଣ କରିବା ପରେ କେଉଁ ପରିସ୍ଥିତି ରେ ପୁଣି ଦୋକାନ ଗୃହ ନିର୍ମାଣ କରି ସଵ ଲିଜ ରେ ଦିଆଯାଇଛି ଏହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଲାଣି। ଏହି ଜମିକୁ କୁ ୧୭, ମେ ମାସ ୨୦୧୭ ମସିହାରେ ଲିଜରେ ଦିଆଯାଇଥିବା ଓ ଏଗ୍ରିମେଣ୍ଟ ହେବାର ୧୫ ଦିନ ଭିତରେ ଦେଢ଼ କୋଟି ଟଙ୍କା ଜମା କରିବାକୁ ପଡ଼ିବ ନଚେତ ଉକ୍ତ ଏଗ୍ରିମେଣ୍ଟ ରଦ୍ଧ ହେବ ବୋଲି ଉକ୍ତ ଏଗ୍ରିମେଣ୍ଟ ଦସ୍ତାବିଜ ରେ ଉଲ୍ଲେଖ ଥିବା ଦର୍ଶା ହେଉଛି। ଦୀର୍ଘ ୮ ବର୍ଷ ହେଲା ଦେଢ଼ କୋଟି ଜମା ହୋଇନଥିବା ନେଇ ସୂତ୍ରରୁ ଜଣା ପଡିଛି l ଏଭଳି ପରିସ୍ଥିତି ରେ ପୁଣି ଅନୁଷ୍ଠାନ କୁ ୯୯ ବର୍ଷ ଲିଜ ଦେବା ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟାକରୁଛି ତାହା ମଧ୍ୟ ତଦନ୍ତ ସଫେକ୍ଷ। ଲିଜ ପଛରେ ଯେଉଁ ବଡ଼ ଡ଼ିଲ ହେଉଥିବା ସମ୍ପର୍କ ରେ ଖୋଳତାଡ଼ ହେଲେ ନବୀନ ଙ୍କ ଫୋଟ ଓ ମୋହନ ଙ୍କ ଫୋଟ ସାଙ୍ଗରେ ପୋଜ ଦେଉଥିବା ବ୍ୟକ୍ତି ବିଶେଷଙ୍କ ଅସଲ ମୁଖା ଖୋଲିବ ବୋଲି ଆଲୋଚନା ହେଉଛି।ଏହି ଜମି ଶିକ୍ଷାନୁଷ୍ଠାନ ନାଁ ରେ ଲିଜରେ ନେବାରେ ଏବଂ ସଵ ଲିଜ ଦେବା ନେଇ ଗଣଶିକ୍ଷା ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ସରଜମିନ ତଦନ୍ତ କରିଏହାର ପ୍ରକୃତ ତଥ୍ୟ ପଦାକୁ ଆଣିବାକୁ ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି l ଏବଂ ୯୯ ବର୍ଷ ପାଇଁ ଲିଜ ନେବାକୁ ଯେଉଁ ଚକ୍ରାନ୍ତ ଚାଲିଛି ତାହାକୁ ବନ୍ଦ କରିବାକୁ ସମବାୟ ପ୍ରେମୀ ମାନେ ଦାବୀ କରୁଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ଯେଉଁ ଶାଗ ମାଛ ଦରରେ ଲିଜ ହୋଇଥିବା ଅଭିଯୋଗ ଓ ଚକ୍ରାନ୍ତ ସମ୍ପର୍କ ରେ ତଦନ୍ତ କରିଲେ ପର୍ଦା ପଛରେ ହୋଇଥିବା କୋଟି କୋଟି ଟଙ୍କା ଖେଳର ଗୁମର ଖୋଲିବ। ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଥିବା ଅନେକ ସରକାରୀ ଜମି କୁ ଶାଗ ମାଛ ଦରରେ କିଛି ଜମି ମାଫିଆ ଙ୍କୁ ଲିଜ ରେ ଦିଆଯାଇଛି ଏଥିରେ ଜିଲ୍ଲାର ତତ୍କାଳୀନ ପ୍ରଶାସନିକ ଅଧିକାରୀ ଙ୍କ ମୁଖ୍ୟ ଭୂମିକା ରହିଛି ବୋଲି ଚର୍ଚ୍ଚା ହେଉଛି କହିବାକୁ ଗଲେ ପ୍ରଶାସନିକ ଅଧିକାରୀ ପରୋକ୍ଷ ରେ ଉକ୍ତ ମୂଲ୍ୟବାନ ଜାଗା କୁ ନିଜ ଅକ୍ତିଆର ରେ ରଖିଛନ୍ତି ବୋଲି ବି ଚର୍ଚ୍ଚା ହେଉଛି l ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସି ବି ଆଇ ଦ୍ଵାରା ଅନୁସନ୍ଧାନ କଲେ ଅନେକ ଗୁମର ଖୋଲିବା ସହିତ ଜିଲ୍ଲା ରେ ଦିଆ ଯାଇଥିବା ମୂଲ୍ୟବାନ ଜମି ମାଫିଆ କବଳ ରୁ ମୁକ୍ତ ହୋଇ ସାଧାରଣ ଲୋକଙ୍କ ଏବଂ ସରକାରଙ୍କ ଜନହିତକାରୀ କାର୍ଯ୍ୟ ରେ ବିନିଯୋଗ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l

Leave A Reply

Your email address will not be published.