ଆସିକା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧିନସ୍ତ ବିଦ୍ୟାଳୟ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ…..!

ବିନା ହାତ ଗୁଞ୍ଜାରେ ଫାଇଲ ଗୁଞ୍ଚୁନାହିଁ…..!

youtube


ବ୍ରହ୍ମପୁର: ଆସିକା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧିନସ୍ତ ଅଧିକାଂଶ ବିଦ୍ୟାଳୟ ଗୁଡ଼ିକରେ ବଦଳୀ ଭୟରେ ଅର୍ଥ ଆଦାୟ ହେଉଥିବା ଚର୍ଚ୍ଚା ହେଉଛି। ଶିକ୍ଷକ ମାନଙ୍କର ଏବେ ବଦଳୀ ଋତୁ କୁ ଆଖି ଆଗରେ ରହି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଏଜେଣ୍ଟ ମାନଙ୍କୁ ଦାୟିତ୍ୱ ଦେଇ ବଦଳୀ କରିବାର ଭୟ ସଞ୍ଚାର କରି ୧୦ରୁ ୨୦ ହଜାର ଟଙ୍କା ଆଦାୟ ହେଉଥିବା ଏବେ ଚର୍ଚ୍ଚା ହେଲାଣି। ବଦଳୀ ଋତୁର ଭୟ ଘାରିଛି ଏବେ ଶିକ୍ଷକ ମାନଙ୍କୁ। ପ୍ରତେକ ବର୍ଷ ବିଦ୍ୟାଳୟ ଗୁଡିକର ରକ୍ଷଣ ବ୍ୟକ୍ଷଣ ପାଇଁ ସରକାରୀ ଅନୁଦାନ ଆସୁଛି। ଅନୁଦାନ ବ୍ୟବହୃତ ପ୍ରମାଣ ପତ୍ର ପାଇଁ ପ୍ରଧାନ ଶିକ୍ଷକ ମାନଙ୍କ ଠାରୁ କୁଆଡ଼େ ହଜାରେ ଟଙ୍କା ମଧ୍ୟଆଦାୟ ହେଉଥିବା ଆଲୋଚନା ହେଉଛି। ଆସିକା ଗୋଷ୍ଠି ଶିକ୍ଷା ଅଧୀନରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଭଗବାନ ଭରଷାରେ ଚାଲିଛି। ଅଧିକାଂଶ ଘରୋଇ ଶିକ୍ଷା ଅନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରୋଧକ ପ୍ରମାଣ ପତ୍ର ନଥାଇ ବହୁ ବିଦ୍ୟାଳୟ ଚାଲିଛି। ଅଧିକାରୀ ମାନଙ୍କ ସବୁ ଲେଖା ଛିଡେଇ ଦଉଥିବା ଯୋଗୁଁ ଏହି ଭଳି ବେଆଇନ ଓ ପିଲାଙ୍କ ଜୀବନ ସହ ଖେଳୁ ଥିବା ବିଦ୍ୟାଳୟ ମାନଙ୍କ କେଉଁ ମାନ ଦଣ୍ଡ କୁ ଦେଖି ଏଭଳି ସ୍ୱୀକୃତି ଦିଯାଉଛି, ଆଲୋଚନା ହେଉଛି। ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ରେ ତାଲିମ ପ୍ରାପ୍ତ ଶିକ୍ଷକ ନାହାନ୍ତି। ଯେଉଁ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ପଢୁଛନ୍ତି ସେମାନେ ଉତୀର୍ଣ୍ଣ ହୋଇ ଗଲା ବେଳେ ଅନ୍ୟ ବିଦ୍ୟାଳୟ ର ସାର୍ଟିଫିକେଟ ଦିଆଯାଉଛି। ଟିସି ନେବା ସମୟରେ ଅଭିଭାବକ ମାନଙ୍କ ଠାରୁ ମୋଟା ଅଙ୍କ ଦାବୀ କରାଯାଉଥିବା ଅଭିଯୋଗ ହେଉଛି। ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କ ମାନ ଦଣ୍ଡ ଠିକ ଠାକ ଥିବା ନେଇ ପରିଦର୍ଶନ ପାଇଁ ଯାଉଥିବା ବାବୁ ମାନେ ମୋଟା ଅଙ୍କର ଅର୍ଥ ନେଇ ସବୁ ଠିକା ଠାକ ଥିବାର ଆଳ କରି ସାର୍ଟିଫିକେଟ ଦେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। କେଉଁ ମୁହୂର୍ତ୍ତ ରେ ଅଗ୍ନି ନିରୋଧକ ନଥିବା ଘରୋଇ ଶିକ୍ଷାନୁଷ୍ଠାନ ରେ ଅଘଟନ ଘଟିଲେ ଦାୟୀ କିଏ ରହିବ..? ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ନେବା ଆଣିବା ପାଇଁ ବ୍ୟବହୃତ ହେଉଥିବା ଅଧିକାଂଶ ଯାନବାହାନ ର ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ଭଗବାନ ଭରସା ରେ ଛାତ୍ର ଛାତ୍ରୀ ମାନେ ଏହି ସବୁ ଗାଡ଼ିରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଜୀବନକୁ ବାଜୀ ଲଗାଇ ଅଭିଭାବକ ମାନେ ନିଜର ପିଲାଙ୍କୁ ଭଲ ପାଠ ପାଇଁ ପିଲାଙ୍କୁ ଘରୋଇ ଶିକ୍ଷାନୁଷ୍ଠାନକୁ ଅଧିକ ଅର୍ଥ ଦେଇ ପଢ଼ାଉଥିବା ଲକ୍ଷକରା ଯାଇଛି। ପାଠ୍ୟ ପୁସ୍ତକ ବଣ୍ଟନ ରେ ଚରମ ଅବହେଳା ବୋଲି ନିସର୍ତ୍ତ ରେ ଖବର ପ୍ରକାଶ ପରେ ଦାୟିତ୍ୱ ରେ ଥିବା ବାବୁ ସୋମବାର ଦିନ ନଣ୍ଡାଜୁଆଳି ସମେତ ଅନ୍ୟ ବିଦ୍ୟାଳୟ ଗୁଡିକରେ ତତ୍ପରତା ଦେଖାଇ ବହି ବଣ୍ଟନ କରିଥିବା ଖବର ଆମର ହସ୍ତଗତ ହୋଇଛି।

Leave A Reply

Your email address will not be published.