ଓଡ଼ଗାଁ ବନାଞ୍ଚଳ ଖୋଲିଲା ଚାରା ବିତରଣ କେନ୍ଦ୍ର…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି ।ଓଡ଼ଗାଁ ବନାଞ୍ଚଳ କେନ୍ଦ୍ର ସାମ୍ନାରେ ସ୍ଵତନ୍ତ୍ର ଭାବେ ନିର୍ମିତ ଏକ ସ୍ବତନ୍ତ୍ର ସ୍ଥାନରେ ପ୍ରକୃତି ବନ୍ଧୁ ରଞ୍ଜନ କୁମାର ଦାଶଙ୍କ ଉପସ୍ଥିତିରେ ବାନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟ ରଂଜନ ଦଳେଇଙ୍କ ସହିତ ସମସ୍ତ ବନ କର୍ମଚାରୀ ଓ ଉପସ୍ଥିତ ଜନତାଙ୍କ ଗହଣରେ ଏହି ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି ।ପ୍ରତିଦିନ ଏଠାରେ ଚାରା ବିତରଣ କରାଯିବ ।ଛୋଟ ଜରି ଗଛ ୧ ଟଙ୍କା ଓ ବଡ଼ ଜରି ଗଛ ୨ ଟଙ୍କାରେ ବିକ୍ରି କରାଯିବ ବୋଲି ଜଣାପଡିଛି।ଏହି କାର୍ଯ୍ୟକ୍ରମ ଦୀର୍ଘଦିନ ଚାଲିବା ସହିତ ଭ୍ରାମ୍ୟମାଣ ଗାଡ଼ିରେ ବିଭିନ୍ନ ଗ୍ରାମକୁ ଯାଇ ଚାରା ବିତରଣ ବ୍ୟବସ୍ଥା ମଧ୍ୟ କରାଯାଇଛି।

ad-week
Leave A Reply

Your email address will not be published.